ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାରରେ ରହିଥିବା କାନାଡା ବ୍ୟାଙ୍କ ଏଟିଏମ୍ ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ଭିକାରି ସାହୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ଟଙ୍କା ଉଠାଇବାକୁ ଗଲାବେଳେ ପୂର୍ବରୁ ୫୦୦ ଟଙ୍କିଆ ଚାରୋଟି ନୋଟ ବାହାରେ ଥିବା ଭିକାରି ଦେଖିବାକୁ ପାଇଥିଲେ । ଏନେଇ ଭିକାରି ସଙ୍ଗେ ସଙ୍ଗେ ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଶେଷଦେବ ଦାଶଙ୍କୁ ଡାକି ଘଟଣା ସମ୍ପର୍କରେ କହିବା ସହ ଉକ୍ତ ଟଙ୍କା ତାଙ୍କୁ ପ୍ରଦାନ କରିଥିଲେ । ଭିକାରିଙ୍କ ଏହିଭଳି ମାନବିକତାକୁ ଅଂଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି । ପରେ ଉକ୍ତ ଟଙ୍କା ପୋଲିସ କର୍ମଚାରୀ ଶେଷଦେବ ଗଞ୍ଜାମ ଥାନାକୁ ହସ୍ତାନ୍ତର କରିଛନ୍ତି ।
Prev Post
Next Post