oom

ସିର୍କୀ ଘାଇଠାରେ ବହୁ ପ୍ରତିକ୍ଷିତ ଇକୋ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ସିର୍କୀ ଘାଈଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତିକ୍ଷିତ ଇକୋ ପାର୍କର ଭିତ୍ତିପ୍ରସ୍ଥର ଦେଇଛନ୍ତି ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଏବଂ ଖଣ୍ଡିୟ ବନାଧିକାରୀ ଲକ୍ଷ୍ମୀ ନାରାୟଣ ସାହୁ ଯୋଗ ଦେଇଥିଲେ । ବହୁ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କୋଭିଡ ନିୟମାନୁସାରେ ଅନୁଷ୍ଠିତ ହୋଇଯାଇଛି । ଏହି ଇକୋ ପାର୍କ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୨୫ ଲକ୍ଷ ମଂଜୁର ହୋଇଛି । ଏହି ପାର୍କର ନିର୍ମାଣ କାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବାର ଲକ୍ଷ ରଖାଯାଇଛି । ପାର୍କରେ ରହିଛି ନୌ ବିହାର, ସରସ ସୁନ୍ଦର ଫୁଲ ବଗିଚା, ପାଦ ଚଲା ବାଟ, ପର୍ଯ୍ୟଟକଙ୍କ ନିମନ୍ତେ ପାର୍କରେ ସବୁ ପ୍ରକାର ସୁବିଧା ଉପଲବ୍ଧ ରଖିବା ପାଇଁ ବିଶେଷ ଦୃଷ୍ଟି ଦିଆଯିବ । ପ୍ରକୃତିର ଗନ୍ତାଘର ଏହି ସିର୍କୀ ଘାଇ ଇକୋ ପାର୍କ ଭାବେ ମାନ୍ୟତା ପାଇ କିଛି ଦିନପରେ ଆହୁରି ସରସ ସୁନ୍ଦର ହୋଇ ଏହି ଅଞ୍ଚଳ ଏବଂ ଆଖ ପାଖରେ ଥିବା ଦର୍ଶନୀୟ ସ୍ଥାନକୁ ଆହୁରି ଅଧିକ ଆକର୍ଷଣୀୟ କରି ତୋଳିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବହୁ ଅପେକ୍ଷା ପରେ ଘୁ.ଉଦୟଗିରିବାସୀଙ୍କୁ ନୂତନ ବର୍ଷରେ “ଇକୋ ପାର୍କ” ଭାବେ ନୂତନ ଭେଟି ଦେଇଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପୁର୍ବତ୍ତନ ଅଧକ୍ଷ ପି.ସଞ୍ଜୀବ କୁମାର ପାତ୍ର ଦଳୀୟ କର୍ମୀଙ୍କ ସହ ଜଙ୍ଗଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଫୁଲ ତୋଡ଼ା ଦେଇ ସିର୍କୀ ଘାଇଠାରେ ସ୍ଵାଗତ ଜଣାଇ ଥିଲେ ।

jittmm
Leave A Reply

Your email address will not be published.