csstore

ରାସ୍ତା ମରାମତ୍ତି ନମନ୍ତେ ଏସ୍‌ଏଚ୍‌ଜି ମହିଳାଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା.ପ.ଅନ୍ତର୍ଗତ କୁଶପାଲିରୁ ଲାଠୋରକୁ ଯିବା ରାସ୍ତା ଓ କୁଶପାଲିରୁ ହଲନଭଟା ଯିବାକୁ ଏବଂ କୁଶପାଲିରୁ ବରିଆଲିକୁ ରାସ୍ତାର ଅବସ୍‌ସ୍ଥା ଅତି ଶୋଜଦୀୟ ହୋଇପଡିଛି । ସୂୁନା ଅଦୁସାରେ ପ୍ରାୟ ଆଠ ବର୍ଷ ହେବ ରାସ୍ତା ମରାମତି ହୋଇ ନାହିଁ ରାସ୍ତାର ଗେଠି ପଥର ସବୁ ଉପୁଡିଯାଇ କଦର୍ଯ୍ୟ ହୋଇପଡ଼ିଛି ଯାହାକି ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରପଞ୍ଚ ବପ୍ସଶି ତାଣ୍ଡିଙ୍କୁ ଅନେଥର ଗୁହାରି କରିଥିଲେ ସୁଦ୍ଧା ପାଞ୍ଚ ବର୍ଷ ବିତିଗଲା କିନ୍ତୁ ଏଯାଏଁ ରାସ୍ତା ଘାଟର ସୁବିଧା କରିନଥିବା ଅଭିଯୋଗ ହେଉଛି । ଏସ୍‌ଏଚ୍‌ଜି ମହିଳାଙ୍କ କହିବା ଅଦୁସାରେ ‘ଆମ ଗାଁ ଆମ ବିକାଶ ଯୋଜନାର କୁଶପାଲି ମାଉସୀ ମନ୍ଦିର ସମ୍ମୁଖରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନିମନ୍ତେ ଦୁଇ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେହି ଗୋଷ୍ଠୀ କେନ୍ଦ୍ର ଗଲା କୁଆଡେ ଏଭଳି ଆମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରତ୍ୟେକ ଗାଁରେ କିଛି ବି ଉନ୍ନତି କାର୍ଯ୍ୟ ହୋଇ ନାହିଁ ବୋଲି ମହିଳା ବୃନ୍ଦ ଗଣମାଧ୍ରମ ସମ୍ମୁଖରେ ଅଭିଯୋଗ କରିଛନ୍ତି । ଏନେଇ ପାଟଣେଶ୍ବରୀ ଏସ୍ଏଚ୍‌ଜିର ସଭାନେତ୍ରୀ ପଦ୍ମାବତୀ ନିଆଲ, ସମ୍ପାଦିକା ଜାନକି ବେମାଲ ଓ ସଦସ୍ୟା ବୃନ୍ଦ, ଜୟ ଜଗନ୍ନାଥ ଏସ୍ଏଚ୍‌ଜିର ସଭାନେତ୍ରୀ ମଦନା ମେହେର, ସମ୍ପାଦିକା ସରୋଜୀ ମେହେର ଓ ସଦସ୍ୟା ବୃନ୍ଦ, ସମଲେଶ୍ଵରୀ ଏସ୍ଏଚ୍‌ଜିର ସଭାନେତ୍ରୀ ହୀରାଦେଇ ମାଝି ଓ ସମ୍ପାଦିକା ସୁଲୋଚନା ମାଝି ଏବଂ ସଦସ୍ୟା ବୃନ୍ଦ, ବୃନ୍ଦାବତୀ ଏସ୍ଏଚ୍‌ଜିର ସଭାନେତ୍ରୀ ତୁଲସା ସଗ୍ରିଆ, ସମ୍ପାଦିକା ଗାୟତ୍ରୀ ମେହେର ଓ ସଦସ୍ୟା ବୃନ୍ଦ ଗଙ୍ଗାଦି ଏସ୍ଏଚ୍‌ଜିର ସଭାନେତ୍ରୀ ପଦ୍ମିନୀ ସୁନା, ସମ୍ପାଦିକା ହାରାବତୀ ତାଣ୍ଡି ଏବଂ ସଦସ୍ୟା ବୃନ୍ଦ ଓ ନାଥ ବୁଢା ଏସ୍ଏଚ୍‌ଜିର ସଭାନେତ୍ରୀ ସନ୍ଧ୍ୟାନ ସଗ୍ରିଆ ସମ୍ପାଦିକା ରେଖା ସୁନା ଓ ସଦସ୍ୟା ବୃନ୍ଦ ଦାବୀ କରିଛନ୍ତି, ଏଥିପ୍ରତି ବ୍ଲକ୍ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେି ଏହାର ସମାଧାନ କରିବା ପାଇଁ ଦାବୀ ହେଉଛି ।

jayashree
Leave A Reply

Your email address will not be published.