oom

ଗଞ୍ଜାମ ମହାବିଦ୍ୟାଳୟରେ କୋଭିଡ ଟୀକାକରଣ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ମହାବିଦ୍ୟାଳୟରେ ରେଡ଼କ୍ରସ ସଂସ୍ଥା ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଗଂଜାମ ସ୍ବାସ୍ଥ୍ୟକେନ୍ଦ୍ରର ସହାୟତାରେ ୧୫ ବର୍ଷରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ କୋଭିଡ ଟୀକାକରଣ କାରାଯାଇଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦ ଉଦ୍‌ଘାଟନ କରିଥିଲେ । ମହାବିଦ୍ୟାଳୟ ରେଡ଼କ୍ରସ ସଂସ୍ଥାର କାଉନସିଲର ଅଧ୍ୟାପକ ନିଗମ ସ୍ବାଇଁ ଓ ଅଧ୍ୟାପିକା ଅନିତା ପାଣିଗ୍ରାହୀ ଶିବିରଟିକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ଼ଃ.ଅମର ପ୍ରସାଦ ବିଶୋଇ ଶିବିରଟିକୁ ତ୍ୱରାନ୍ୱିତ କରିବା ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଇକ୍ୟୁଏସ୍‌ସି କୋଡିନେଟର ଡ଼ଃ.ସ୍ମରଣୀକା ହୋତା, ନାକ୍‌ କୋଡ଼ିନେଟର ଡ଼ଃ.ପୁରୁଷୋତ୍ତମ ସାହୁ, ପ୍ରାଧ୍ୟାପକ ଭାଗିରଥି ପଲାଇ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଶିକ୍ଷା କର୍ମଚାରୀମାନେ ଉପସ୍ଥିତ ରହି ଶିବିରର ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସହାୟକ ହୋଇଥିଲେ ।ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସିଦ୍ଧାନ୍ତ ନାୟକ, ସୌମ୍ୟ ରଞ୍ଜନ ପଣ୍ଡା, ସୁଭଦ୍ରା ପ୍ରିୟଦର୍ଶିନୀ, ସୃତିରାଣୀ ପାତ୍ର, ଆଶୁତୋଷ ବାରିକ, ଆଶିଷ ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ସ୍ବାସ୍ଥ୍ୟସେବୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିଥିଲେ । ପ୍ରଥମ ଦିବସରେ ୨୨୦ ଛାତ୍ରଛାତ୍ରୀଙ୍କୁ କୋଭିଡ ଟୀକାକରଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କାଉନସିଲର ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.