ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୦୯ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୨୩୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭୯ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୧୧୨୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୭, ବାଲେଶ୍ୱରରୁ ୭୩, ବରଗଡରୁ ୭୫, ଭଦ୍ରକ ୫, ବଲାଙ୍ଗିରରୁ ୫୪, ବୌଦ୍ଧରୁ ୭, କଟକରୁ ୧୯୧, ଦେବଗଡରୁ ୩୭, ଢେଙ୍କାନାଳରୁ ୩, ଗଜପତିରୁ ୯, ଗଞ୍ଜାମରୁ ୨୭, ଜଗତସିଂହପୁର ୧୩, ଯାଜପୁରରୁ ୭୮, ଝାରସୁଗୁଡାରୁ ୧୦୬, କଳାହାଣ୍ଡିରୁ ୧୩, କନ୍ଧମାଳ ୩, କେନ୍ଦ୍ରାପଡାରୁ ୬, କେଉଁଝରରୁ ୩୩, ଖୋର୍ଦ୍ଧାରୁ ୯୨୬, କୋରାପୁଟରୁ ୧୯, ମାଳକାନଗିରିରୁ ୧, ମୟୁରଭଞ୍ଜରୁ ୪୨, ନବରଙ୍ଗପୁରରୁ ୨୯, ନୟାଗଡରୁ ୬, ନୂଆପଡାରୁ ୧୦, ପୁରୀରୁ ୫୪, ରାୟଗଡାରୁ ୨୨, ସମ୍ବଲପୁରରୁ ୧୭୯, ସୁବର୍ଣ୍ଣପୁରରୁ ୧୦, ସୁନ୍ଦରଗଡରୁ ୪୫୪ ଓ ଷ୍ଟେଟ ପୁଲ୍ରୁ ୨୨୧ ଚିହ୍ନଟ ହୋଇଛନ୍ତି ।
Next Post