oom

ପାଟଣାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କଲେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ, ଚଳିତ ବର୍ଷ ମାର୍ଚ୍ଚରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଠାରେ ଆଗାମୀ ଦିନରେ ସ୍ଥାପନ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ କେନ୍ଦ୍ରୀୟ ବିଦ୍ୟାଳୟ ଅତିରିକ୍ତ ସଚିବ ଜ୍ୟୋତି କୁମାର, କେନ୍ଦ୍ରୀୟ ନିର୍ବାହ ଯନ୍ତ୍ରୀ ବି. ନାଏକ, ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଆର୍ କେ ପାଣିଗ୍ରାହୀ, ସାଂସଦ ସଂଗିତା କୁମାରୀ ସିଂ ଦେଓ, ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ଭକ୍ତ ବନ୍ଧୁ ନାଏକ, ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ ପାଟଣାଗଡ଼ ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳଙ୍କ ସହ ଆଜି ପାଟଣାଗଡ଼ ପହଞ୍ଚି ଉଲବା ଓ କଉଡିଆ ଯିବା ରାସ୍ତାରେ ପାଖରେ ଥିବା ପାଣିଫ୍ୟାକ୍ଟ୍ରିନିକଟରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯିବା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ଚଳିତ ବର୍ଷ ୨୦୨୨ ମାର୍ଚ୍ଚ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ କହିଛନ୍ତି । ସ୍କୁଲ ନିର୍ମାଣ ହେବା ପର୍ୟ୍ୟନ୍ତ ସ୍ଥାନୀୟ ମାଧ୍ୟମିକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ଚାଲୁରହିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସେଚୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.