oom

ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବ୍ୟବସ୍ଥା ସଂପର୍କିତ ଜ୍ଞାନ ଆଦାନ ପ୍ରଦାନ କର୍ମଶାଳା

jsmm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କଂସିଲ ଓ ଟେର୍ଚାପଲାଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସୋମବାର ଦିନ ପୃଥକ ପୃଥକ ଭାବେ ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବ୍ୟବସ୍ଥା ସଂପର୍କିତ ଜ୍ଞାନ ଆଦାନ ପ୍ରଦାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଶା ଜୀବନ ଜୀବିକା ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ କୁମାର ମିଶ୍ର, ଡିପିଏମୟୁରୁ କୁମୁଦିନୀ ମିଶ୍ର, କର୍ଲାର୍ମୁଣ୍ଡା ମିଶନ ଶକ୍ତି ବ୍ଲକ ସଂଯୋଜକ ବିପିନ ବିହାରୀ ବାରିକ, ଓଏଲଏମ ଭାରପ୍ରାପ୍ତ ବିପିଏମ ଲଳିତ କୁମାର ବିଶି, ମିଶନ ଶକ୍ତି ବ୍ଲକ ସମ୍ପାଦିକା ରୀନା ସାହୁ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନାରେ ଚାଷୀମାନେ କିଭଳି ସାମିଲ ହୋଇ ଉପକୃତ ହୋଇପାରିବେ ସେ ଉପରେ ଆଲୋଚନା କରିଥିଲେ । ଏଥିରେ ଏନ୍‌ଜିଓ ପକ୍ଷରୁ ୨୦୧୮ରୁ ବ୍ଲକ ଗଜବାହଲ, ପୌରକେଲା, ରେଗଡା, ସାପଲହରା, ଜୋରାଡବରା ପଂଚାୟତର କୋଡିଏ ଖଣ୍ଡ ଗାଁର ୧୫୨୭ଟି ପରିବାରକୁ ନେଇ ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବ୍ୟବସ୍ଥା ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଯଥା – ପାଣିପାଗ ସ୍ମାର୍ଟ, ମାଟି ସ୍ମାର୍ଟ, ପାଣି ସ୍ମାର୍ଟ, ଶକ୍ତି ସ୍ମାର୍ଟ ଓ ଗ୍ୟାନ କୌଶଳ ସ୍ମାର୍ଟ ଆଦି ଚାଷ କୌଶଳ ଜରିଆରେ ଚାଷୀମାନେ କିପରି ସଫଳତା ପାଇଛନ୍ତି ସେ ସବୁର ଜ୍ଞାନ କୌଶଳର ଆଦାନ ପ୍ରଦାନ କରିଥିଲେ । ଏହି ଅବସରରେ ଉତ୍ପାଦକ ଦଳ ଗୁଡିକର ଡାଲି ପ୍ରକ୍ରିୟାକରଣ, ଖଲିପତ୍ର ଓ ଜୈବିକ ଖତସାର ପ୍ରସ୍ତୁତି ମେସିନ୍‌ଗୁଡିକର ଉଦ୍‌ଘାଟନ କରାଯାଇଥିଲା ।କର୍ମଶାଳାରେ ଜଗନ୍ନାଥ ଭୋଇ, ଶ୍ରୀପତି ଭୋଇ, ଅନିରୁଦ୍ଧ ପୁଟେଲ, ନନ୍ଦିକିଶୋର ମାଝୀ, ତାରାଚନ୍ଦ ମାଝୀ, ପିତାମ୍ବର ମାଝୀ, ଜୟନ୍ତି ଭୋଇ, ଅକାଶୀ ମାଝୀ, ଦୀପ୍ତି ରେଖା ମାଝୀ, ଦେବଶ୍ରୀ ମାଝୀ, ନିଳେନ୍ଦ୍ରୀ ସାହୁ, ଦିବ୍ୟକାନ୍ତି ସାହୁ, ନିକିତା ନାଗ, ପ୍ରତିମା ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.