oom

ବିଶ୍ୱ ବ୍ରେଲି ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଗ୍ର ଶିକ୍ଷା ଜିଲ୍ଲା ଆନୁକୂଲ୍ୟରେ ସ୍ଥାନୀୟ ପି.ପି. ଏକାଡେମୀଠାରେ ଜିଲ୍ଲାର ୧୪ ଗୋଟି ବ୍ଲକରେ ଅଧ୍ୟୟନରତ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବିଶ୍ୱ ବ୍ରେଲି ଦିବସ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ଏଡିଇଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଇଓ ଲୋକନାଥ ସୁନା, ରାଘବ ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ, ଡିଏଭି ସ୍ୱଂୟ ଶାସିତ ମହାବିଦ୍ୟାଳୟର ହିନ୍ଦି ଅଧ୍ୟାପକ ରାହୁଲ ଜୈନ, ଆର୍‌ଏସ୍‌ଡି ସଇଁନ୍ତଲା ଦୃଷ୍ଟି ବାଧିତ ବିଭାଗର ପ୍ରଧାନ ଶିକ୍ଷକ ବୁଲୁ ଶତପଥୀ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ପ୍ରଶାନ୍ତ ସରାଫ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଲୁଇ ବ୍ରେଲିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ଅଙ୍କିତ ପୁଟେଲ, ନେହା ପୁଟେଲ ଓ ସୂରଜ ମହରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ପ୍ରଦୀପ ମହାନନ୍ଦ, ଚିନ୍ମୟୀ ନାଗ ଓ ଚନ୍ଦ୍ରିକା ବାଗ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଆଗଲପୁର ବିଆର୍‌ଟି ନବକିଶୋର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ବିଆର୍‌ଟି ଲକ୍ଷ୍ମୀକାନ୍ତ ଷଡଙ୍ଗୀ ମଞ୍ଚ ସଂଯୋଜନା କରିଥିଲେ । ପୁଇଁନ୍ତଲା ବିଆର୍‌ଟି ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର ସାଧନକର୍ମୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.