csstore

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବିଜୟ କୁମାର ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲାଟ ୟୁଥ କ୍ଲବଠାରେ ବୋଡାସମ୍ବର ସାମ୍ବାଦିକ ସଂଘ ସଭାପତି ସ୍ବର୍ଗତ ବିଜୟ କୁମାର ଦାଶଙ୍କୁ ଗତକାଲି ସାମ୍ବାଦିକ ସଂଘ ତରଫରୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସତ୍ୟ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ ଦୁର୍ଗା ପ୍ରସାଦ ତ୍ରିବେଦୀ ଆଗତ କରିଥିଲେ । ଗତକାଲି ଅନୁଷ୍ଠିତ ସଭାରେ ସ୍ୱର୍ଗତ ଦାଶ ଜଣେ ନିର୍ଭିକ ସ୍ପଷ୍ଟବାଦୀ ଓ ପରୋପକାରୀ ତଥା ଦରଦି ମଣିଷ ଥିଲେ । ଏହି ସଭାରେ ସଂଘର ସଂପାଦକ କ୍ଷମାନିଧି ନାୟକ, ବଡ ଶତପଥି, ସୁରଥ ସାହୁ, ରମେଶ ବାରିକ, ରତ୍ନମଣି ଶତପଥି, ପ୍ରଦିପ୍ତ ଦାଶ, ବିଷ୍ଣୁ ପ୍ରସାଦ ବାଜପେୟୀ, ସୁଦାମ ପଧାନ, ଅଶ୍ବିନୀ ଧରୁଆ, ବିନାୟକ ପ୍ରସାଦ ଗୁରୁ, ସଂଜି ପୁରୋହିତ, ଝସକେତନ ସାହୁ, ଶିବ ଶଙ୍କର ବିଶ୍ବାଳ, ମନୋଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.