oom

ଗଞ୍ଜାମ ଏନ୍‌ଏସିରେ ଆହାର କେନ୍ଦ୍ରର ନୂତନ ଗୃହ ଲୋକାର୍ପଣ

jsmm

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ଏନଏସି ଅନ୍ତର୍ଗତ ତ୍ରିବେଣୀ ମଠ ଛକଠାରେ ଆହାର କେନ୍ଦ୍ରର ନୂତନ ଗୃହକୁ ବିଧିବଦ୍ଧ ଭାବେ ଗତକାଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଲୋକାର୍ପଣ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଯୋଗଦେଇଥିଲେ । ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ମାନସ ପଣ୍ଡା, ଗୋଷ୍ଟୀ ସହାୟିକା ସ୍ୱପ୍ନା ରାଣୀ ମହାପାତ୍ର, ସିଟି ମିଶନ ମ୍ୟାନେଜର ଭାଗ୍ୟଶ୍ରୀ ନାୟକ ପୁର୍ବତନ ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକ, ନଗର ବିଜେଡି ସଭାପତି ପି.ରାଜୁ ରେଡ୍ଡୀ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସଙ୍କ ସମେତ ମିଶନ ଶକ୍ତି ମହିଳାମାନେ ଉପସ୍ଥିତ ଥିଲେ । ପୂର୍ବରୁ ଏହା ଅସ୍ଥାୟୀ ଭାବେ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଆହାର କେନ୍ଦ୍ର ଚାଲିଥିବା ବେଳେ ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଏହାର ଏହାର ଉଦ୍‌ଘାଟନ କରିଥିବା ବେଳେ ବିଧାୟକ ବେହେରା ବିଧିବଦ୍ଧ ଭାବେ ଏହାର ଲୋକାର୍ପଣ କରିଥିଲେ ।

jittmm
Leave A Reply

Your email address will not be published.