pakka

ବଲାଙ୍ଗିର ସହରର ମହାଲକ୍ଷ୍ମୀ ନଗରପଡ଼ାଠାରେ ଚାଲିଥିବା ସପ୍ତାହ ପାରାୟଣର ପୂର୍ଣ୍ଣାହୁତି ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାଲକ୍ଷ୍ମୀ ନଗରପଡ଼ାଠାରେ ଗତ ୨୬/୧୨/୨୦୨୧ରୁ ଚାଲିଥିବା ସପ୍ତାହ ପାରାୟଣର ଆଜି ପୂର୍ଣ୍ଣାହୁତି ଦିବସ ପାଳିତ ହୋଇଯାଇଛି । ଏଥିରେ ସୋନପୁର ଅଡ଼ାର ଗ୍ରାମର ଜଣାଶୁଣା ପୁରାଣ ଗାୟକ ତପନ କୁମାର ଦାଶ ସାତଦିନ ପୁରାଣ ପାଠ କରିଥିବା ବେଳେ ମକରଧ୍ୱଜ ନାୟକ, ବନମାଳୀ ହୋତା ଓ ବାଞ୍ଛାନିଧି ପ୍ରଧାନ ପ୍ରମୁଖଙ୍କ ଉଦ୍ୟମରେ ଏହି ସପ୍ତାହ ପାରାୟଣ ଆୟୋଜିତ ହୋଇଥିଲା । ଏଥିରେ ତେଲିଗୋଠ ପଡ଼ାର ରାଧାକୃଷ୍ଣ ମନ୍ଦିରର ପୂଜକ ତପ୍ତ କୁମାର ଦାଶ ସାତଦିନ ଧରି ପୂଜାର୍ଚ୍ଚନା କରିଛନ୍ତି ।

Leave A Reply

Your email address will not be published.

1 × 5 =