jsm

ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଅନୁଷ୍ଠାନର ୨୧ ନମ୍ବର୍ ପିଚୋକଥାନି ଆସର ଆୟୋଜିତ

csstore

ସମ୍ବଲପୁର, (କେପିଏନ୍‌ଏସ୍‌) : ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଅନୁଷ୍ଠାନ ତାର ୨୧ ନମ୍ବର୍ ପିଚୋକଥାନି ଆସର ଅନ୍‌ଲାଇନ୍‌ ମାଧ୍ୟମରେ ଗତକାଲି ଆୟୋଜିତ କରିଥିଲା । ଏଥିରେ ଘଣ୍ଟି ସାହିତ୍ୟ ଘର ସଦସ୍ୟା ସଂଗୀତା ମୋହନ ଗହିର ସ୍ବାଗତ ଭାଷଣ ଦେଇଥିଲେ । ପ୍ରୀତିନନ୍ଦା ପାଣିଗ୍ରାହୀ ଆସରକୁ ସଂଯୋଜନା କରିଥିଲେ । କୋଶଲ କବିରତ୍ନ କୃଷ୍ଣଚନ୍ଦ୍ର ଭୋଇ ଆଲୋଚକ ଭାବେ ଯୋଗ ଦେଇଥିଲେ ଏବଂ ବାଳମକୁନ୍ଦ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ । ସୁଷାନ୍ତ ଭୋଇ, ଚିତ୍ତରଂଜନ ପଧାନ, ଚନ୍ଦନାମଞ୍ଜରି ତ୍ରିପାଠୀ, ଲୋକନାଥ ନାଗ, ନରୋତ୍ତମ ଦାସ ତାଙ୍କର ସ୍ୱରଚିତ ଗପ ପାଠ କରିଥିଲେ । ବିଭିନ୍ନ ଅଞ୍ଚଳରୁ କବି କବୟିତ୍ରୀ ଓ ସାହିତ୍ୟ ପ୍ରେମୀମାନେ ଆସରରେ ଯୋଗ ଦେଇଥିଲେ ଆକାଶ ସାହୁ, ବାୟୁ ଶ୍ରୀ ବାଗ, ଦିଲେସ୍ ମେହେର, ନୀଳିମା ଦାସ, ରମେଶ ଚନ୍ଦ୍ର ଷାଣ୍ଡ, ସାଇସିଖା ଶତପଥି, ସମ୍ବଲପୁରି କଳା ସଂସ୍କୃତି ଅନୁଷ୍ଠାନ, ସୁଖରାମ ମଲ୍ଲିକ, ସୁକୁମାର୍ ବାଗ, ସୂର୍ଯ୍ୟକାନ୍ତ ସାହାଣୀ, ତରଣିସେନ ମେହେର, ଉମାକାନ୍ତ ମେହେର, ସୁଷମା ଖମାରି, ସୁଜାତା ନାଏକ, ଟୁପେସ ତ୍ରିପାଠୀ, ସୁଜିତ ବାରିକ, ସନ୍ତୋଷିନୀ ବାଗ, ଲିଙ୍ଗରାଜ ପୁଞ୍ଜି, କ୍ଷୀରବତୀ ବାଘେଲ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.