oom

ଶିଶୁ ସାହିତ୍ୟିକ ଶାନ୍ତନୁ କୁମାର ପଟ୍ଟନାୟକଙ୍କ “କଥା କୁହା କଣ୍ଢେଇ’ ପୁସ୍ତକ ଉନ୍ମୋଚିତ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ନବୀନ ଭବନ ପରିସରରେ ବରିଷ୍ଠ ଶିଶୁ ସାହିତ୍ୟିକ ଶାନ୍ତନୁ କୁମାର ପଟ୍ଟନାୟକଙ୍କ ଦ୍ୱାରା ରଚିତ ଶିଶୁ ଗଳ୍ପ ସଂକଳନ “କଥା କୁହା କଣ୍ଢେଇ’ ଶିଶୁ ଦିବସ ଅବସରରେ ଉନ୍ମୋଚିତ ହୋଇଯାଇଛି । ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡ଼ା. ପି.ସି. ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଯୁକ୍ତ ଦୁଇ କାଉନସିଲର ଉପସଚିବ ଡ଼.କୁଳମଣି ଓଝା ଯୋଗଦେଇ ଶିଶୁମାନଙ୍କ ମନସ୍ତତ୍ତ୍ୱକୁ ବୁଝି ଲେଖକମାନେ କଲମ ଚାଳନା କଲେ ତାହା ଶିଶୁମାନଙ୍କ ଦ୍ୱାରା ଆଦୃତ ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଓଡ଼ିଆ ଶିଶୁ ସାହିତ୍ୟର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଡ. ଡମ୍ବରୁଧର ସାହୁ, କବି ନବୀନ କୁମାର ପଟ୍ଟନାୟକ ଓ ପ୍ରାଧ୍ୟାପକ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର କର ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାଳକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁସ୍ତକର ଲେଖକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଭଗବତ ଚାରିଟେବଲ ଟ୍ରଷ୍ଟ ଅଧ୍ୟକ୍ଷ ଏସ.ପ୍ରକାଶ ଚନ୍ଦ୍ର ପାତ୍ର, ଡ.ଇନ୍ଦୁ ଭୂଷଣ ପଟ୍ଟନାୟକ, କବୟତ୍ରୀ ପଦ୍ମିନୀ ମିଶ୍ର, ବନ୍ଦନା ମହାପାତ୍ର, ମମତା ପଟ୍ଟନାୟକ, ବିପିନ ବିହାରୀ ପଟ୍ଟନାୟକ, ଡା.ସାଗର ରଞ୍ଜନ ତ୍ରିପାଠୀ, ଶିକ୍ଷାବିତ ଅଜିତ କୁମାର ମହାପାତ୍ର, ଜିତେନ୍ଦ୍ରନାଥ ପଟ୍ଟନାୟକ, ଅନନ୍ତ ରଥ, ଇଂ.ପ୍ରଫୁଲ କୁମାର ତ୍ରିପାଠୀ, ବି. ସତ୍ୟମ ଆଚାରୀ, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯେ ।ଗଦେଇ ପୁସ୍ତକର ଚରୟିତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୁମାର କାର୍ତ୍ତିକେଶ୍ୱର ପ୍ରଧାନ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.