csstore

ଚଳଚ୍ଚିତ୍ର ନିର୍ମାତା ସ୍ୱର୍ଗତ ବିପିନ ସାମନ୍ତଙ୍କ ଦ୍ଵାଦଶ ଦିବାସରରେ ସ୍ମୃତିଚାରଣ ସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମର ବିଶିଷ୍ଟ ନାଟ୍ୟକାର, ନିର୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ସ୍ୱର୍ଗତ ବିପିନ ସାମନ୍ତଙ୍କ ଦ୍ଵାଦଶ ଦିବସ ଉପଲକ୍ଷେ ନିଜର ବାସଭବନଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ ପ୍ରାରମ୍ଭରେ ଦିବ୍ୟାଗନ୍ତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରିବା ସଙ୍ଗେ ସଙ୍ଗେ ସ୍ୱର୍ଗତ ସାମନ୍ତଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ମୃତିଚାରଣ ସଭାରେ ଗଂଜାମ ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ତଥା ବରିଷ୍ଟ ଶିକ୍ଷାବିତ ବାନାମ୍ବର ପଲାଇ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ଉପବାଚସ୍ପତି ତଥା କୃଷି ବିପଣିନ ନିର୍ଦେଶକ ରାମଚନ୍ଦ୍ର ପଣ୍ଡା ଯୋଗଦେଇ ସ୍ୱର୍ଗତ ସାମନ୍ତଙ୍କ ସ୍ମୃତିଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଂଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ରମ୍ଭା ଏନ୍‌ଏସି ପୂର୍ବତନ ନଗରପାଳ ସୁବାସ ଚନ୍ଦ୍ର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଧିର ବିଶ୍ୱାଳ, ସମିତି ସଭ୍ୟ ସୁରଥ ପାହାନ, ପୂର୍ବତନ ସରପଞ୍ଚ ଉମାକାନ୍ତ ସାହୁ, ହୁମ୍ମା ସଲଟ କଲେଜ ଅଧ୍ୟକ୍ଷ ନିରଞ୍ଜନ ରଥ, ଆଇଏସ୍‌ଆର୍‌ଡି ନିର୍ଦେଶକ ତଥା ଗଂଜାମ ଚାଇଲଡ଼ ଲାଇନ ମୁଖ୍ୟ ସୁଧିର ସାବତ, ସମାଜ ସେବୀ ମହେଶ୍ୱର ବରାଡ଼, ପ୍ରଧାନ ଶିକ୍ଷକ ନାରାୟଣ ନାହାକ, ଡ଼ଃ.ଶଙ୍କର ନାରାୟଣ ବେଜ, ଯୋଗେଶ ସାହୁ ପ୍ରମୁଖ ଯୋଗଦେଇ ନାଟ୍ୟକାର ସାମଜସେବୀ ସ୍ୱର୍ଗତ ବିପିନ ବାବୁଙ୍କ କଳା, ସାଂସ୍କୃତିକ ଓ ସାମାଜିକ ବିକାଶ ପ୍ରତି ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ ।ଏହି ଅବସରରେ ପୂଜ୍ୟ ପୂଜାର ନିର୍ଦେଶନା ସ୍ୱରୂପ ସ୍ମୃତି ଶ୍ରଦ୍ଧାଞ୍ଜଳି ନାମକ ଏକ ସ୍ମରଣୀକା ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌ ବାଳକୃଷ୍ଣ ମହାରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ସ୍ବେଛାସେବୀ ପଞ୍ଚାନନ ମିଶ୍ର, ନିର୍ଦେଶକ ପିଏଏଚଏଡି (ଫୁଲବାଣୀ) ସାଇ ବିଦ୍ୟା ମନ୍ଦିର କଳାଯମୁନାର ସମ୍ପାଦକ ସୁରେଶ ଗୌଡ଼, ଅନ୍ୟାନ୍ୟ ଶିକ୍ଷକ, କର୍ମଚାରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟକ୍ତା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଜୟ କୁମାର ବିଶ୍ବାଳ, ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.