ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ

csstore

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ କଣ୍ଡରେଇଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ମଙ୍ଗଳବାର ଦିନ ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ କୃଷି ବିଭାଗ ଏଏଓ ମୋନାଲିଶା ଜେନା, ମିଶନ ଶକ୍ତି ବ୍ଲକ ଫେଡରସନ ସମ୍ପାଦିକା ରୀନା ସାହୁ, ରେଗଡା ପଞ୍ଚାୟତ ନାଏବ ସରପଞ୍ଚ ଗୌରୀ ଦୀପ, କଣ୍ଡରେଇ ଗ୍ରାମ୍ୟ ଉନ୍ନୟନ ସମିତି ସଭାପତି ଧନୁର୍ଯ୍ୟ ବେହେରା, ସମ୍ପାଦିକା ଲୋଚନା ମାଝୀ, ଆୟୋଜକ ସଂସ୍ଥା କର୍ମୀ ଜଗଦୀଶ ପ୍ରସାଦ ରଣା, ପ୍ରଦୀପ କୁମାର ସାହୁ, କିଶୋର ଚନ୍ଦ୍ର ଦାଶ୍, କୃଷି ଉତ୍ପାଦକ ଦଳର ସଭ୍ୟା ନିଳେନ୍ଦ୍ରୀ ସାହୁ, ଆକାଶୀ ମାଝୀ, ନିକିତା ନାଗ, ନଳିନୀ ମାଝୀ, ଆଶା କର୍ମୀ ସବିତା ପୁଟେଲ ଚାଷୀ ତିରଞ୍ଜି ମେର୍ଲି ପ୍ରମୁଖ ଯୋଗଦେଇ ପାରମ୍ପରିକ ଖାଦ୍ୟ ଓ ବିହନ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଚାଷୀ ମୁକ୍ତାଦେଇ ସାହୁ, କଇଁତି ମାଝୀ, ଶ୍ରୀମତୀ ମାଝୀ, ଜୈବିକ ପଦ୍ଧତିରେ ପାଇଥିବା ସଫଳତା ବିଷୟରେ ନିଜ ନିଜର ଅଭିଜ୍ଞତାରୁ କହିଥିଲେ । ସଫଳ ଚାଷୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଚାଷୀ ବିରେନ୍ଦ୍ର ସାହୁ, ଋଷି ପୁଟେଲ, ଠାକୁର ସାହୁ, ଗୋପୀ କାନ୍ତ ସାହୁ, ମଣ୍ଟୁ ସାହୁ, ଦ୍ରୋଣ ସାହୁ, ହେମନ୍ତ ସାହୁ, ଅରୁଣ ପୁଟେଲ, ମଦନ ସାହୁ, ଦୁର୍ବାଦଲ ସାହୁ, ବୈଲୁଚନ ଜାଲ, ଟଂକଧର ସାହୁ, କେତନ ଜାଲ ସହଯୋଗ କରିଥିଲେ ଓ ଭୁପିନ୍ଦର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.