ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଢେଙ୍କାନାଳ ଜିଲ୍ଲା ପରିଦର୍ଶନ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଢେଙ୍କାନାଳ ଜିଲ୍ଲା ପରିଦର୍ଶନରେ ଆସିଛନ୍ତି । ସ୍ଥାନୀୟ ସର୍କିଟ ହାଉସଠାରେ ରାଜସ୍ବ କମିଶନରଙ୍କୁ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ଵାଗତ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠରେ ରାଜସ୍ୱ କମିଶନର, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ଅଧିକାରୀମାନଙ୍କ ସହିତ ରାଜସ୍ୱ, ତାଉଜି, ଜମି ଅଧୁଗ୍ରହଣ, ନିଜାରତ, ଆପତକାଳୀନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ, ବେସାମରିକ ଯୋଗାଣ, ସମାଜ ମଙ୍ଗଳ, ଜିଲ୍ଲା ପଞ୍ଚାୟତ, ଜୁଡିସିଆଲ, ସଂସ୍ଥା ବିଭାଗ ଆଦିର କାର୍ୟ୍ୟ ସମ୍ପର୍କରେ ସମୀକ୍ଷା କରି ଆଲୋଚନା କରିଛନ୍ତି । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଜସ୍ୱ କମିଶନର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଷ୍ଠାର ସହିତ କାର୍ୟ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!