oom

ମା’ଦୁର୍ଗେଇଖୋଲ ଯାତ୍ରାର ଶେଷ ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ମା’ ଦୁର୍ଗେଇ ଦେବୀଙ୍କ ପୂଜନୋତ୍ସବ ଯାତ୍ରାର ଶେଷ ପର୍ଯ୍ୟାୟର ପ୍ରସ୍ତୁତି ବୈଠକ ପାଇକମାଲ ବ୍ଲକ ମିଠାପାଲ ଗ୍ରାମ ପଞ୍ଚାୟତ ମନଭଙ୍ଗ ଡ୍ୟାମଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପାଞ୍ଚପାଲି ଗାଁର ଜନସାଧାରଣଙ୍କୁ ନେଇ ନକୁଳ ମଲ୍ଲିକଙ୍କ ସଭାପତିତ୍ୱରେ ପିପଲଖୁଣ୍ତା, ମିଠାପାଲି, କୁଢେରଫସା, ଲଉଡମାଲ, ମନୋବଧପାଲି, ମୋତିପାଲି, ପତ୍ରାପାଲି, ବିଜୟନଗର ଆଦି ପାଞ୍ଚପାଲିର ଉଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଆସନ୍ତା ଡିସେମ୍ବର ମାସ ତାରିଖ ୧୯ ଓ ୨୦ ଦୁଇଦିନ ଧରି ହେବାକୁ ଥିବା ଦୁର୍ଗେଇ ଦେବୀଙ୍କ ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ସହିତ ସମାପନ ହେବ ସେ ପ୍ରତି ବିଶେଷ ବିଚାର ବିମର୍ଶ ହୋଇଥିଲା । ଏ ବର୍ଷ ପୂଜା ଉତ୍ସବରେ କୋଭିଡ ନିୟମ ପାଳନ କରିବା ସହିତ ଅନ୍ନ ଛତ୍ରର ବ୍ୟବସ୍ଥା, ଭକ୍ତମାନେ କିପରି ପାଇ ପାରିବେ ସେ ପ୍ରତି ପ୍ରସ୍ତାବ କରାଯାଇଥିଲା । ଉକ୍ତ ବୈଠକରେ ଦୁର୍ଗେଇ ଦେବୀଙ୍କ ପୂଜାରୀ ସୁବାଷ ମଲ୍ଲିକ, ସଚ୍ଚିଦାନନ୍ଦ ମଲ୍ଲିକ, ଅନିରୁଦ୍ଧ ମଲ୍ଲିକ, ମା’ଦୁର୍ଗେଇ ଦେବୀ ପୂଜା ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ତେ, ଉପସଭାପତି ପୂର୍ଣ୍ଣ ଭୁଏ, କୋଷାଧ୍ୟକ୍ଷ ହୀରଣ୍ୟ ମଲ୍ଲିକ, ବୈଦ୍ୟରାଜ ବଜାରୁ ଧରୁଆ, ପୂର୍ବତନ ସରପଞ୍ଚ ପାନାଲାଲ ସେଠ, ଯୁବ ନେତା ସରୋଜ ମିର୍ଦ୍ଧା, ତ୍ରିନାଥ ମଲ୍ଲିକ, ରଣଜିତ ମଲ୍ଲିକ, ଯୁଗେଶ୍ୱର ପଟେଲ, ଟିକେଲାଲ ମାହାର, ଅନନ୍ତରାମ ଭୁଏ, ରୁଜନ ଧରୁଆ, ଇଶ୍ଵର ବିଶି, ବିକ୍ରମ ସରାଫ, ହେମନ୍ତ ହଂସ ପ୍ରମୁଖ ଅଂଶ ଗ୍ରହଣ କରିବା ସହିତ ବିଶେଷ ସହଯୋଗ କରିଥିଲେ । ଶେଷରେ ପୂଜା ପରିଚାଳନା କମିଟି ସଂପାଦକ ବେଣୁଧର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.