ଲଳିତ ନାୟକ ସ୍ମୃତି କମିଟି ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଳିତ ନାୟକ ସ୍ମୃତି କମିଟି ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ । ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ସଂପାଦକ ପ୍ରଭାକର ମିଶ୍ର । ଲଳିତ ନାୟକଙ୍କର ସ୍ମୃତି ଉଦ୍ଦେଶ୍ୟରେ ଜନ୍ମ ଦିନ ଜାନୁୟାରୀ ୧୧ ତାରିଖରୁ ତିରୋଧାନ ଦିବସ ଜାନୁୟାରୀ ୧୮ ତାରିଖ ପର୍ଯ୍ୟନ୍ତ ଲଳିତ ନାୟକ ସ୍ମୃତି ସପ୍ତାହ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ୧୧ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମେଗା ବ୍ଲଡ ଡୋନେସନ କ୍ୟାମ୍ପ, ଡାକ୍ତରଖାନା ତଥା ଆଶ୍ରମଗୁଡିକରେ ରନ୍ଧାଖାଦ୍ୟ ବଣ୍ଟନ, ରାତ୍ରି ସମୟରେ ଶୀତବସ୍ତ୍ର ଯଥା କମ୍ବଳ ବଣ୍ଟନ କରାଯିବ । ଏତଦ୍‌ ବ୍ୟତୀତ ଉକ୍ତ ଦିନମାନଙ୍କରେ ସର୍ବ ଭାରତୀୟ ଲଳିତ ନାୟକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ବିଭିନ୍ନ ସଂଘ, ସାମ୍ବାଦିକ ସଂଘ, ଜିଲ୍ଲା ପ୍ରଶାସନ ଇତ୍ୟାଦି ଏକାଦଶଙ୍କ ମଧ୍ୟରେ ପ୍ରଦର୍ଶନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ୧୮ ତାରିଖ ଦିନ କେବିକେ ଆଇଟିଆଇରେ ଲଳିତ ନାୟକଙ୍କର ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯିବ ଓ ଏକ ସଭା ଆୟୋଜନ କରାଯିବ ବୋଲି ସୂଚନା ରହିଛି । ଉଚ୍ଚ ବିଦ୍ୟାଳୟ, ଯୁକ୍ତ ଦୁଇ, ଯୁକ୍ତ ତିନି ତଥା ବିଶ୍ୱ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀମାନଙ୍କ ନେଇ ବକ୍ତୃତା ପ୍ରତିଯୋଗିତା କରାଯିବ । ଲଳିତ ନାୟକ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ପ୍ରକାଶ କରାଯିବା ପାଇଁ ଏକ କମିଟି ଗଠନ କରାଯାଇଛି । ଏଥିରେ ଅଧ୍ୟକ୍ଷ ପଦ୍ମଚରଣ ଆଚାର୍ଯ୍ୟ, ସଦସ୍ୟମାନେ ଅରବିନ୍ଦ ଦାସ, ସତ୍ୟ ସୁନ୍ଦର ଭଞ୍ଜ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ବିରେନ୍ଦ୍ର ଝାଙ୍କର ଓ ଭବାନୀ ଶଙ୍କର ଶତପଥୀ । ଆଜିର ଆଲୋଚନାରେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଡ. ଶ୍ରୀକର ମିଶ୍ର, ରତନ ମହାରଣା, ସୋମନାଥ ମିଶ୍ର, ଜ୍ୟୋତି ରଂଜନ ନାଗ, ପ୍ରତାପ ରଥ, ବିଧୁଭୂଷଣ ତ୍ରିପାଠୀ, ଅରୁଣ କୁମାର ମିଶ୍ର, ସୁନିଲ ଚନ୍ଦ୍ର ବିଶ୍ୱାଲ, ହରିନାରାୟଣ ପୁଝାରି, ବାସୁଦେବ ମେହେର, ବିଶ୍ୱଜିତ ଦାଶ, କିଶୋର କୁମାର ରଥ, ଅମୁଲ୍ୟ ସେଠ, ସଂଜିବ କୁମାର ସାହୁ, ସନ୍ତୋଷିନୀ ବେହେରା, ସରୀତା ଦାସ, ମମତାରାଣୀ ଜେନା, ଶିବ ପ୍ରସାଦ ବେହେରା, ଅଙ୍କୁଶ ପାଣ୍ଡିଆ, ଜୟରାମ ମିଶ୍ର, ଅଫତାବ୍‌ ଆଲମ ଖାନ, ବ୍ରଜ ଗୋପାଳ ସିଂ, ବିବେକା ଭୋଇ, ପର୍ଶୁରାମ ନାୟକ, ବିଭାସ ଚନ୍ଦ୍ର ଘଡେଇ, ଲମ୍ବୋଦର ସାଏ, ଶୋଭନ କୁମାର ଅଗ୍ରୱାଲ, ଜିତେନ୍ଦ୍ର ସ୍ୱାଇଁ, ସୌମ୍ୟ ରଂଜନ ପଣ୍ଡା, ପ୍ରିୟଙ୍କା ପଟ୍ଟନାୟକ, ସୁଶ୍ରିତା ଠାକୁର, ଜ୍ୟୋତି ରଂଜନ ନାୟକ (ଅଧ୍ୟକ୍ଷ), ଅମନ ନାଗ, ହୁସେନ ନାଗ, ପ୍ରମୋଦ ବାରିକ, ସାହିଲ ସିଂ ଗଡତ୍ୟା ପ୍ରମୁଖ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡ. ଶ୍ରୀକର ମିଶ୍ର ।

Leave A Reply

Your email address will not be published.

20 − 4 =