oom

ସ୍ୱର୍ଗତ ଅଟଳ ପଣ୍ଡାଙ୍କୁ ମରୋଣତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବାକୁ ସରକାରଙ୍କୁ ପ୍ରସ୍ତାବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରିଷ୍କା ଶିକ୍ଷାନୁଷ୍ଠାନରେ ଅଟଳ ପଣ୍ଡା ସ୍ମୃତି କମିଟିର ଏକ ବିଶେଷ ସଭା ଆଲୋଚନା ହୋଇଯାଇଛି । ଗତ ତା.୦୧/୧୨/୨୦୨୧ ଦିନ ଆୟୋଜିତ ହୋଇଥିବା ଅଟଳ ପଣ୍ଡାଙ୍କ ସ୍ମୃତିରେ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଥିବା ବିଷୟ ଏବଂ ଅଟଳ ପଣ୍ଡାଙ୍କୁ ଚିର ସ୍ମରଣୀରେ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ସ୍ୱର୍ଗତ ଅଟଳ ପଣ୍ଡାଙ୍କୁ ମରୋଣତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବାକୁ ସରକାରଙ୍କୁ ପ୍ରସ୍ତାବ ପ୍ରେରଣ କରାଯାଇଥିଲା । ଏହି ଉତ୍ସବର ସଫଳ ରୂପାୟନ ପାଇଁ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ତଥା ସ୍ମୃତି କମିଟି ସଂପାଦିକା ସଂଗୀତା ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସଭାପତି ଶ୍ରୀକର ମିଶ୍ରଙ୍କ ଆବାହକ ଜୟକୃଷ୍ଣ ମିଶ୍ର ଏବଂ କମିଟିର ବ୍ୟାସଦେବ ପୁରୋହିତ, ବାସୁଦେବ ସା, ସଙ୍ଗୀତା ଦାସ, ଧିରେନ୍ଦ୍ର ପଣ୍ଡା, ଶ୍ରୀପଦା ଷଡଙ୍ଗି, ନବଘନ ଦାଶ, ରାମ ପ୍ରସାଦ ଦାଶ, ଲଳିତ ପୁଝାରୀ, ସୋମନାଥ ମିଶ୍ର, ଅଭିଷେକ ଦାଶ, ସୈରେନ୍ଦ୍ରୀ ବାରିକ, ସତ୍ୟବ୍ରତ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.