ବରିଷ୍ଠ ସାମ୍ବାଦିକଙ୍କ ବିକ୍ରମ ପାଣିଙ୍କ ବିୟୋଗ

ଢେଙ୍କାନାଳ, (ତାପସ ଦାସ) : ବରିଷ୍ଠ ସାମ୍ବାଦିକଙ୍କ ବିକ୍ରମ ପାଣିଙ୍କ ବିୟୋଗ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ବିକ୍ରମ ପାଣି ଦୀର୍ଘ ଦିନ ହେବ ସଂଘ ସହ ଯୋଡି ହୋଇ ସଂଘକୁ ସୁଦୃଢ କରିଆସୁଥିଲେ । ବିଭିନ୍ନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିବା ସହ ୨୦୧୫ରୁ ୧୮ ପର୍ଯ୍ୟନ୍ତ ରାଜ୍ୟ କାର୍ଯ୍ୟକାରୀ ସଭାପତି ଓ ୨୦୧୮ରୁ ଅଦ୍ୟାବଧି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସଂଘର ସାଂଗଠନିକ କ୍ଷେତ୍ରରେ ନିଜର ଯୋଗଦାନ ଦେଇ ଆସୁଥିଲେ । ଗତ କିଛି ଦିନ ତଳେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ବେଳେ ହଠାତ ଗତକାଲି ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କୁ ଭୂବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଯାଇଛି । ସ୍ୱର୍ଗୀୟ ବିକ୍ରମ ପାଣିଙ୍କ ଆବହମାନ ସଂଘ ପାଇଁ ଅପୂରଣୀୟ କ୍ଷତି ଅଟେ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.