jayashree

୭୩ ବର୍ଷ ପରେ ମଧ୍ୟ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ନିଃସହାୟ ବୃଦ୍ଧବୃଦ୍ଧାଙ୍କ ନିମନ୍ତେ ସରକାରଙ୍କ ତରଫରୁ ବିଧବା ଭତ୍ତା, ପରିତ୍ୟକ୍ତା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଆଦି ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟଣ ହୋଇଛି । କିନ୍ତୁ ଅନେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି । ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ତଥା ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ ଭତ୍ତା ପାଇପାରୁ ନାହାନ୍ତି । ସୂଚନାଯୋଗ୍ୟ ଯେ, ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଚାରପାଲି ଗ୍ରାମର ଅନେକ ବୃଦ୍ଧବୃଦ୍ଧା ଅସହାୟ ଅବ‌ସ୍ଥାରେ ରହିଛନ୍ତି, ଅଥଚ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ସେଥି ମଧ୍ୟରୁ ବୈଦେହୀ ଚୌହାନ (୭୩), ଚନ୍ଦ୍ରମା ଦିଶ୍ରୀ(୬୧)ଙ୍କୁ ଆଜି ସୁଦ୍ଧା ସରକାରୀ ଯୋଜନାରୁ ସାହାଯ୍ୟ ମିଳୁନାହିଁ । ଚନ୍ଦ୍ରମା ଦିଶ୍ରୀ ଜଣେ ପରିତ୍ୟକ୍ତା ଅସହାୟ ବୃଦ୍ଧା ଅଟନ୍ତି । ୨୦ ବର୍ଷ ହେଲାଣି ବାପା ଘରେ ଆଶ୍ରୟ ନେଇଛନ୍ତି । ବାପାଙ୍କର ଦେହାନ୍ତ ହୋଇ ଯିବାରୁ ସେ ବର୍ତ୍ତମାନ ତାଙ୍କର ଭଣଜାଙ୍କ ଘରେ ଆଶ୍ରୟ ନେଇଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.