csstore

ବାରଡୁଲ ଗ୍ରାମରେ କୃଷକ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ବାରଡୁଲ ଗ୍ରାମରେ କୃଷି ବିଭାଗ ପକ୍ଷରୁ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ଅଧିକାରୀ ଉମାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସମ୍ବିଧାନ ଭୋଇ, କୃଷି ଅଧୀଦର୍ଶିକା ସୁକାନ୍ତି ମହାନନ୍ଦ ପ୍ରମୁଖ ଯୋଗଦେଇ ଚାଷୀଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନାର ଲାଭଦାୟକ ଦିଗ ଉପରେ ଆଲୋକପାତ କରିଥିଲେ । କୃଷକ ସାଥୀ ବାନା ସାହୁ, ସହକାରୀ ପ୍ରଯୁକ୍ତି ବିଦ୍ୟା ପରିଚାଳକ ଇନ୍ଦ୍ରାଣୀ ସାହୁ, ସୁବ୍ରତ ପଟେଲ, ଶିବାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.