ଜୁଆ ଆଡ୍ଡା ଉପରେ ଲୋଇସିଂହା ପୋଲିସର ଚଢ଼ାଉ : ୩ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ବେଆଇନ ଭାବେ ଜୁଆଖେଳ ଚାଲିଥିବା ବେଳେ ଲୋଇସିଂହା ପୋଲିସ ଚଢ଼ାଉ କରି ୩ ଜଣକୁ ଗିରଫ କରିଛି । ସେମାନେ ହେଲେ ଲୋଇସିଂହା ବ୍ଲକ ସରଗାଡ଼ ଗ୍ରାମର ଯଦୁମଣି ପାତ୍ର, ଲୁଚକିବାହାଲର ତ୍ରିନାଥ ସାହୁ ଓ ରଘୁ ମହାନନ୍ଦ । ତେବେ ଏହି ଜୁଆଖେଳର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଝାରମୁଣ୍ଡାର ପୂର୍ବତନ ସରପଞ୍ଚ ମନୋଜ ଅଗ୍ରୱାଲ ଫେରାର ହୋଇଯାଇଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯାଇଥିବା ପୋଲିସ ସୂଚନା ଦେଇଛି । ଲୋଇସିଂହା ଥାନା ପଣ୍ଡକିଟାଲ ନିକଟସ୍ଥ ଜଡାମୁଣ୍ଡାଠାରେ ଘୁଡୁଘୁଡୁ ପଟି ଦ୍ୱାରା ଜୁଆଖେଳ ଚାଲିଥିବା ଖବର ପାଇ ଆଇଆଇସି ରମାକାନ୍ତ ଜେନାଙ୍କ ନେତୃତ୍ୱରେ ପୋଲିସ ସେଠାରେ ଚଢ଼ାଉ କରିଥିଲା । ସେଠାରୁ ଜୁଆଖେଳରେ ବ୍ୟବହୃତ ଘୁଡୁଘୁଡୁ ପଟି, ତିନୋଟି ମୋବାଇଲ, ଚାରୋଟି ବାଇକ, ଦୁଇଟି ଏକ୍ସେଲ ସୁପର ବାଇକ, ଦୁଇଟି ସାଇକେଲ, ଗୋଟିଏ ମହିନ୍ଦ୍ରା କାର ଏବଂ ନଗଦ ୪ ହଜାର ୭ ଶହ ଟଙ୍କା ପୋଲିସ ଜବତ କରିଥିବା ଜଣାଯାଇଛି ।

Leave A Reply

Your email address will not be published.

4 − three =