ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଟିକାମିତ୍ର ରଥ ପରିକ୍ରମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କୋରାନା ଭୁତାଣୁ ଯୋଗୁଁ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରତିଷେଧକ ମୂଳକ ଟୀକାକରଣ ପାଇଁ ସରକାର ନିଜ ଦାୟିତ୍ୱ ସାରି ଦେଇଥିବା ବେଳେ ଲୋକଙ୍କ ମନରେ ଆଜି ବି ଟୀକାକରଣକୁ ନେଇ ଅନେକ ଦ୍ଵନ୍ଦ ଓ ସନ୍ଦେହ ରହିଛି । ଏହି ଅଭାବନୀୟ ପରିସ୍ଥିତିରେ ସୁଧାର ଆଣିବା ପାଇଁ ସିଆର୍‌ୱଇ କୋଲକାତା ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଟୀକାମିତ୍ର ରଥ ପରିକ୍ରମା କରାଯାଇ ସଂଚାର ଲୋକକଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି । ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଉକ୍ତ ରଥ ବ୍ଲକର ବିଭିନ୍ନ ଗ୍ରାମକୁ ପରିକ୍ରମା କରିବା ସହିତ ସଂଚାର ଲୋକକଳା ମାଧ୍ୟମରେ ଜନସାଧାରଣକୁ ସଚେତନ କରାଯାଇଥିଲା । ବଟ ନାଏକ, ଗୀତାଞ୍ଜଳି ମୁଦୁଲି, ରଙ୍କ ମୁଦୁଲି ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପିଣ୍ଟୁ ପଧାନ, ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ସତ୍ୟରଂଜନ ମହାଳିଙ୍ଗ, ଅନିଲ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × two =