csstore

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଅଧିକାର କର୍ମଶାଳା, ଜଳ, ପରିମଳ ଓ ସ୍ଵଚ୍ଛତା ଉପରେ ସର୍ବଧର୍ମ ଗୋଷ୍ଠୀଙ୍କ ଆହ୍ୱନ

ବଲାଙ୍ଗିର, (କେପିଏନଏସ୍) : ସ୍ଥାନୀୟ ତ୍ରିବେଣୀ ହୋଟେଲ କନ୍ଫରେନ୍ସ ହଲରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଅଧିକାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ୱାର୍ଲଡ଼ ଭିଜନ ଇଣ୍ଡିଆ ଲୋଇସିଂହା ଏଡିପି ପୋଗ୍ରାମ ମେନେଜର ନିର୍ମଳା କୁମାରୀଙ୍କ ସ୍ୱଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଧର୍ମାବଲମ୍ବୀର ପୁରୋଧମାନେ ଓ ସରକାରଙ୍କ ଶିଶୁ ସୁରକ୍ଷା ଅଧିକାରୀମାନେ ଯୋଗଦେଇଥିଲେ । ଶିଶୁ କିପରି ସବୁ ଦିଗରେ ସୁରକ୍ଷିତ ହୋଇ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଛିଡା ହୋଇପାରିବ ସେ ଦିଗରେ ଆଲୋକପାତ କରିଥିଲେ । ସମାଜ ପାଇଁ ଶିଶୁ ହିଁ ଆଗାମୀ ଦିନର ଭବିଷ୍ୟତ, ତେଣୁ ତାକୁ ପୂର୍ଣ୍ଣ ମାତ୍ରାରେ ପୂର୍ଣ୍ଣତା ସହ ଆନନ୍ଦ ମିଳିବା ଦରକାର ବୋଲି ମଧ୍ୟ ମତ ପ୍ରକାଶ କରିଥିଲେ । କର୍ମଶାଳକୁ ୱାର୍ଲଡ଼ ଭିଜନର କର୍ମୀ ଶୋଭା ଓ କୁନାଲ ନାୟକ ସଂଯୋଜନା କରିଥିବା ବେଳେ ଡିସିପିଓ କାର୍ଯ୍ୟାଳୟର ଦିଗାମ୍ବର କର, କ୍ୟାଥଳିକ ଚର୍ଚ୍ଚର ପାଷ୍ଟର ଧୀରେନ ସିଂ ନାୟକ, ଶିଖ ଧର୍ମଗୁରୁ କ୍ୟାପଟେନ ବଳଦେବ ସିଂ, ଜୈନ ଧର୍ମ ସଭାପତି ବକୁଳ ପ୍ରସାଦ କେଡ଼ିଆ, ସିଏନଆଇ ଚର୍ଚ୍ଚ ପାଷ୍ଟର ଇମନୁଏଲ ଦାବୀ, ଜିଲ୍ଲା ଶିଶୁ ସୁରକ୍ଷା ସଂଯୋଜିକ ସଂଧ୍ୟାରଣୀ ପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପରିଚାଲନରେ ଇସମାଏଲ ହନୁମାନ, ବିରଂଜନ ବାଗ, ଶଙ୍କର ନାଦମ, ହିମାଂଶୁ ନାୟକ, ସୁରେଶ କଦମ ସେଠ, ମଳୟ ନାୟକ, ଧ୍ରୁବ ସାମଲ ସମେତ ୱାର୍ଲଡ଼ ଭିଜନର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.