csstore

ବାହାରୁ ଗୁଦେରପାଲି ମଣ୍ଡିକୁ ଧାନ ଆସିଲେ ବରଦାସ୍ତ କରାଯିବ ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଗୁଦେରପାଲି ଏବଂ ଚିଖିଲି ଗ୍ରାମ ପଞ୍ଚାୟତର ୧୧ ଖଣ୍ଡ ଗ୍ରାମର ଚାଷୀମାନଙ୍କୁ ନେଇ ମଣ୍ଡିରେ ଧାନ ବିକ୍ରୟ ଉପରେ ଚାଷୀ ଶିବ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ ଜିଲ୍ଲା ଚାଷୀ ସଂଗଠନ ସମନ୍ୱୟ ସମିତିର ସମ୍ପାଦକ କିଶୋର ଚନ୍ଦ୍ର ଦେବତା ଯୋଗ ଦେଇଥିଲେ । ଚଳିତ ବର୍ଷ ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକରେ ଭୟାବହ ମରୁଡି ହେତୁ ଚାଷୀମାନଙ୍କ ଧାନ ଚାଷ ଭଲ ଭାବରେ ଉତ୍ପାଦନ ହୋଇନାହିଁ । ଗଭିର ନଲକୂପ ସାହାଯ୍ୟରେ କେତେକ ଜଳ ସେଚିତ ଜମିରେ କିଛି ପରିମାଣରେ ଚାଷ ହୋଇଥିବା ଉପ୍ତାଦିତ ଧାନକୁ ସୁରୁଖୁରୁରେ ସ୍ଥାନୀୟ ମଣ୍ଡିରେ ବିକ୍ରୟ ପାଇଁ ଆଲୋଚନା ହୋଇଥିଲା ।ଗୁଦେରପାଲି ଏବଂ ଚିଖିଲି ଗ୍ରାମ ପଞ୍ଚାୟତର ୧୧ ଖଣ୍ଡ ଗାଁର ଚାଷୀଙ୍କ ଧାନ ବ୍ୟତୀତ ବାହାର ଅଞ୍ଚଳରୁ ଧାନ ଆଣି ଏ ଅଞ୍ଚଳର ପଞ୍ଜିକୃତ ଚାଷୀଙ୍କ ନାମରେ ବିକ୍ରି କରିବା ପାଇଁ ଏ ଅଞ୍ଚଳର କୌଣସି ବ୍ୟବସାୟୀମାନେ ହସ୍ତକ୍ଷେପ କଲେ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚାଷୀ ମାନେ ମତ ପ୍ରକାଶ କରିଥିଲେ । ସର୍ବ ସଂମତି କ୍ରମେ ଏସବୁକୁ ତଦାରଖ କରିବା ପାଇଁ ଶିବ ପ୍ରଧାନ, ଜଗଦିଶ ପାତ୍ର, ଅନିଲ ବା, କେଶବ ସାଗର, ଫାଙ୍କଜ ଡୁମାଲଙ୍କୁ ନେଇ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି ।

jayashree
Leave A Reply

Your email address will not be published.