ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ଏଲଏସି ପାଟଣାଗଡ଼ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଦଶମ ଦିନରେ ଏଲଏସି ପାଟଣାଗଡ଼ ଓ ଗାନ୍ଧିନଗର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ଗାନ୍ଧିନଗର କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୨୪୧ରନ୍‌ ସଂଗ୍ରହ କରିଥିଲେ । ପାଟଣାଗଡ଼ ଏଲଏସି ଦଳ ଦୁର୍ବଳ କ୍ଷେତ୍ର ରକ୍ଷଣ ତଥା ଅନେକଗୁଡିଏ କ୍ୟାଚ୍‌ ହାତ ଛଡା କରିଥିବାରୁ ଗାନ୍ଧିନଗର ଦଳ ୨୪୧ ରନ୍‌ର ବଡ ସ୍କୋର କରିବାକୁ ସକ୍ଷମ ହୋଇଥିଲା ଗାନ୍ଧିନଗର ଦଳ ପକ୍ଷରୁ ଅମନ ମଟାରି ସର୍ବାଧିକ ୧୦୨, ସୌମେଶ୍ୱର ସାହୁ ୪୪ ଓ ମଣ୍ଟୁ ସାହୁ ୩୩ ରନ୍‌ ସଂଗ୍ରହ କରିଥିଲେ । ପାଟଣାଗଡ଼ ଦଳ ତରଫରୁ ସୁଜିତ ଜେନା ଓ ସୁଶାନ୍ତ ମେହେର ୨ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ପାଟଣାଗଡ଼ ୪୬.୨ ଓଭରରେ ୬ ଉଇକେଟ ବିନିମୟରେ ଆବଶ୍ୟକୀୟ ୨୪୨ ରନ୍‌ ସଂଗ୍ରହ କରି ବିଜୟ ହୋଇଥିଲେ । ଦଳ ପକ୍ଷରୁ ଅଞ୍ଜନେୟ ପୁରୋହିତ ୮୫, ଅଜୟ କୁମାର ନାଗ ୫୬ ଓ ସୁଜିତ କୁମାର ଜେନା ଅପରାଜିତ ୩୬ ରନ୍‌ ସଂଗ୍ରହ କରିଥିଲେ । ଗାନ୍ଧୀନଗର ଦଳ ମଧ୍ୟ ପାଟଣାଗଡ଼ ଦଳ ପରି ଅନୁରୁପ କ୍ଷେତ୍ର ରକ୍ଷଣ ଓ ଅନେକ ଗୁଡିଏ କ୍ୟାଚ୍‌ ହାତ ଛଡା କରିଥିଲେ । ଗାନ୍ଧୀନଗର ଦଳ ତରଫରୁ ସଫଳ ବୋଲର ଭାବେ ଶିବରାଜ ମଲ୍ଲିକ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଆଜିର ମ୍ୟାଚରେ ଅଜୟ କୁମାର ନାଗଙ୍କୁ ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.

two × two =