jayashree

ଉପକନିଷ୍ଟ ଜାତୀୟ ଖୋଖୋ ଖେଳରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଉପକନିଷ୍ଟ ଖୋଖୋ ଖେଳ ହିମାଚଳ ପ୍ରଦେଶର ଉନାଠାରେ ଗତ୨୩/୧୧/୨୦୨୧ରୁ ୨୬/୧୧/୨୦୨୧ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ବଲାଙ୍ଗିର ଜିଲ୍ଲାର ୩ ଜଣ ଖେଳାଳୀ କ୍ଷୀର ସିନ୍ଧୁ ଛତର, ନେପାଲ ହଂସ ଓ କୁବେର ମଲ୍ଲିକ ଅଂଶ ଗ୍ରହଣ କରିଥିଲେ । ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟାରେ କ୍ଷୀରସିନ୍ଧୁ ଛତର ଉଚ୍ଚମାନର ଖେଳ ପ୍ରଦର୍ଶନ କରିଥିବାରୁ ତାଙ୍କୁ ରାଜ୍ୟ ଦଳର ଅଧିନାୟକ ରୂପେ ଚୟନ କରାଯାଇଥିଲା । ଆଜି ସକାଳ ୬ ଘଣ୍ଟା ସମୟରେ ବଲାଙ୍ଗିରଠାରେ ପହଞ୍ଚିବା ପରେ ସେମାନଙ୍କୁ ବଲାଙ୍ଗିର କ୍ରୀଡାସଂସଦ ତରଫରୁ ସମ୍ମାନ ସହିତ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ତିନି ଜଣ ଖେଳାଳୀ ମୁରିବାହାଲ ବ୍ଳକ ହଲଦି ସ୍କୁଲରେ ପଢ଼ୁଛନ୍ତି । ଗୋଟିଏ ସ୍କୁଲର ତିନି ଜଣ ଛାତ୍ର ଜାତୀୟ ସ୍ତରରେ ଅଂଶ ଗ୍ରହଣ ଏବଂ ରାଜ୍ୟ ଦଳର ଅଧିନାୟକ ହେବା ଘଟଣା ଜିଲ୍ଲା ପାଇଁ ସର୍ବ ପ୍ରଥମ । ଯାହାକି ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । ଜିଲ୍ଲା ପାଇଁ ସଫଳତା ଆଣିଥିବାରୁ ଖୋଖୋ ପ୍ରଶିକ୍ଷକ ପଦ୍ମଚରଣ ଦାଶ, ହଲଦି ସ୍କୁଲର କ୍ରୀଡା ଶିକ୍ଷକ ଅଞ୍ଜନ ବେହେରା ଏବଂ ଜିଲ୍ଲା କ୍ରୀଡାସଂସଦର ତରଫରୁ ତିନି ଖେଳାଳୀଙ୍କର ଶୁଭକାମନା କରିଛନ୍ତି ।

Leave A Reply

Your email address will not be published.