ଖପ୍ରାଖୋଲ, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ସିଆର୍ପିଏଫ୍ ବାଟାଲିୟନ ୧୮୯ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ସିଆର୍ପିଏଫ୍ ଆସିଷ୍ଟାଣ୍ଟ୍ କମାଣ୍ଡର ପବନ କୁମାର ତିଓ୍ୱାରୀ ଏବଂ ଲଖବିନ୍ଦର ସିଂହ କାର୍ଯ୍ୟକ୍ରମରେ ଯୋଗଦେଇ ଯବାନ ମାନଂକୁ ଉତ୍ସାହିତ କରିବା ସହିତ ସ୍ୱଚ୍ଛ ଭାରତ ଅଭିଯାନ ସଂପର୍କରେ ଆଲୋକପାତ କରିଥିଲେ । ଅସାମାଜିକ ତତ୍ୱଉପରେ ରୋକ ଲଗାଇବା ଏବଂ ବିଭିନ୍ନ ନକ୍ସଲ ଗତିବିଧିକୁ ମୂଳପୋଛ କରିବା ପାଇଁ ସିଆର୍ପିଏଫ୍ ୧୮୯ ବାଟାଲିୟନ ପ୍ରତିଶୃତିବଦ୍ଧ ବୋଲି ସେମାନେ ନିଜର ବକ୍ତବ୍ୟରେ କହିଥିଲେ । ଆମେ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହିତ ଆଗାମୀ ପିଢି ପାଇଁ ସ୍ୱଚ୍ଛ ତାକୁ ଗୁରୁତ୍ୱ ଦେବାକୁ ପଡିବ । ଏହି କାର୍ଯ୍ୟକ୍ରମରେ ସିଆର୍ପିଏଫ୍ ଦ୍ୱାରା ହରିଶଙ୍କର ମନ୍ଦିରର ଚାରିପଟେ ଆବର୍ଜନା ସଫା କରିବା ସହିତ ମନ୍ଦିର ଭିତରେ ମଧ୍ୟ ସଫେଇ କରାଯାଇଥିଲା । ସେହିପରି ଖପ୍ରାଖୋଲ ବସଷ୍ଟାଣ୍ଡରେ ମଧ୍ୟ ଅନୁରୂପ ସଫେଇ କାର୍ଯ୍ୟକ୍ରମ ସିଆର୍ପିଏଫ୍ ଜବାନମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ସୂଚନା ମିଳିଛି । ସିଆର୍ପିଏଫ୍ର ଏହି କାର୍ଯ୍ୟକ୍ରମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।