csstore

ବରିଷ୍ଠ ସାମ୍ବାଦିକ ସତ୍ୟନାରୟଣ ବେହେରାଙ୍କ ବିୟୋଗରେ ବଲାଙ୍ଗିର ପ୍ରେସ କ୍ଲବ କକ୍ଷରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପ୍ରେସ କ୍ଲବ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏହି ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ରୁଦ୍ରଦେବ ପ୍ରଧାନ, ସମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ରଘୁ ନନ୍ଦନ ସିଂହ, ବିଭୂକଲ୍ୟାଣ ଗଡତ୍ୟା, ଦେବାଶିଷ ମିଶ୍ର, ରିତୁରାଜ ସିଂହ, ଦିଲିପ ସାହୁ, ପ୍ରଶାନ୍ତ ମହାକୁର ପ୍ରମୁଖ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଜୀବନାଦର୍ଶ ଓ କର୍ମନିଷ୍ଠ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଘବ ବେହେରା, ଟିକଲ ପଟେଲ, ପବିତ୍ର ନେପାକ, ବିଧୁଭୂଷଣ ତ୍ରିପାଠୀ ପ୍ରମୁଖ ଶୋକସଭାରରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.