pr

ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ କରାଟେ ଅର୍ଗନାଇଜେସନର ସଫଳତା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲରେ ୧୧ତମ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ଆୟୁଷ ଓମ୍‌କାର ସାହୁ ଆଠ ବର୍ଷ କୁମିତେ ବିଭାଗରେ ସିଲଭର ମେଡାଲ, ଶ୍ରବଣ କୁମାର ବଗର୍ତ୍ତି ୩୫କେଜି କୁମିତେରେ ସିଲଭର, ଓମ୍‌ ପ୍ରକାଶ ନାଏକ ୩୦ କେଜି କୁମିତେରେ ବ୍ରୋଞ୍ଚ ଓ କାତାରେ ବ୍ରୋଞ୍ଚ, ସ୍ନିଗଧା ସ୍ୱରୁପ ପଣ୍ଡା ୧୧ ବର୍ଷ ବାଳିକା କାତା ବିଭାଗରେ ବ୍ରୋଞ୍ଚ ସାଇଶ୍ରୀୟା ମହାକୁର ୭ ବର୍ଷ ବାଳିକା କାତାରେ ବ୍ରୋଞ୍ଚ, ସୁଭମ ଦାସ ୩୫ କେଜି ପାଇଟରେ ବ୍ରୋଞ୍ଚ, ସ୍ଥିତ ପ୍ରଜ୍ଞା ମିଶ୍ର କାତାରେ ବ୍ରୋଞ୍ଚ, ବିଭାନ ସିଂ ଫାଇଟ ବିଭାଗରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଏଥିରେ କରାଟେ ଅର୍ଗାନାଇଜେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ଅସୀମ କୁମାର ଭୋଇ ଓଡିଶାରୁ ରେଫରୀ ଦାୟିତ୍ୱ ତୁଳାଇଥିଲେ । ଏଥିରେ ବିରେନ୍ଦ୍ର ବରାଡ ଟିମ ମ୍ୟାନେଜର ଭାବେ ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ଶୁଶାନ୍ତ କୁମାର ରାଉତ ଓ ବଲାଙ୍ଗିରର ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଉତ୍କଳ କରାଟେର ପ୍ରତିଷ୍ଠାତା ଡ. ହରିପ୍ରସାଦ ପଟ୍ଟନାୟକ ଓ ରାଜ୍ୟ କରାଟେର ସମ୍ପାଦିକା ଗୌରୀ ମହାନ୍ତିଙ୍କ ଏଭଳି ସହଯୋଗ ରହିଲେ ଆଗାମୀ ଦିନରେ ବଲାଙ୍ଗିରରେ କରାଟେରେ ଏକ ବଡ ପରିବର୍ତ୍ତନ ଅଣାଯିବା ସଙ୍ଗେ ସଙ୍ଗେ କରାଟେରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବା ପାଇଁ ଏକ ଇନଡୋର ହଲର ଆବଶ୍ୟକ ହେଉଥିବା କୋଚ ଅସୀମ ଭୋଇ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.