ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । ଟ୍ୱିଟର୍‌ ମାଧ୍ୟମରେ ଶୋକ ପ୍ରକାଶ କରି ସେ କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ଦେହାନ୍ତ ଖୁବ୍‌ ଦୁଃଖଦାୟକ । ବଲାଙ୍ଗିର ଜିଲ୍ଲାର ସେ ଥିଲେ ଜଣେ ଦକ୍ଷ ଓ ବରିଷ୍ଠ ସାମ୍ବାଦିକ । ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସହ ସେ କାର୍ଯ୍ୟ କରିଥିଲେ । ବଲାଙ୍ଗିରବାସୀଙ୍କ ପାଇଁ ତାଙ୍କ ଅବଦାନ ଅବର୍ଣ୍ଣନୀୟ । ସ୍ୱର୍ଗତ ବେହେରାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ।

Leave A Reply

Your email address will not be published.