ଲୋଇସିଂହାରେ ଏନ୍‌ସିସି ଦିବସ ପାଳିତ

ଲୋଇସିଂହା, (ସୁଶିଳା କୁମାର ମିଶ୍ର) : ଲୋଇସିଂହା କଲେଜରେ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି । ଜାତୀୟ ସମର୍ପଣ ଶିକ୍ଷାର୍ଥୀ ବାହିନୀ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଲୋଇସିଂହା ଡିଗ୍ରି ମହାବିଦ୍ୟାଳୟରେ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଗୋବିନ୍ଦଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ଆଇଆଇସି ରମାକାନ୍ତ ଜେନା ଏବଂ ସମ୍ମାନିତ ଅତିଥି ଭାବେ କଲେଜର ଏନ୍‌ସିସି ମୁଖ୍ୟ ପ୍ରଦୀପ ବଗର୍ତୀ, ଭୌତିକ ବିଜ୍ଞାନ ଡେମନଷ୍ଟ୍ରେଟର ସମୀର ଦାନୀ, ଜୀବ ବିଜ୍ଞାନ ଡେମନଷ୍ଟ୍ରେଟର ପ୍ରତାପ ବହିଦାର ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.