csstore

କଂଟାବାଂଜି ଏନ୍‌ଏସି ପକ୍ଷରୁ ଡୋର୍‌ ଟୁ ଡୋର୍‌ କରୋନା ସଚେତନତା କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନ୍‌ଏସିର ୧୬ ନମ୍ବର ୱାର୍ଡରେ ବସବାସ କରୁଥିବା ଜନସାଧାରଣ କରୋନା ସଂକ୍ରମଣରୁ ନିଜକୁ ଏବଂ ଅନ୍ୟକୁ ସୁରକ୍ଷା ଦେବା ନେଇ ଗତ ୨୮ ତାରିଖରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ୱାର୍ଡର ବିଭିନ୍ନ ସାହିବସ୍ତିରେ ବସବାସ କରୁଥିବା ପରିବାରର ଘରକୁ ଘର ଯାଇ ସାବୁନରେ ହାତ ଧୋଇବା, ମାସ୍କ ବ୍ୟବହାର କରିବା, ସମାଜିକ ଦୂରତା ଅବଲମ୍ବନ କରିବା, ଜନଗହଳି ସ୍ଥାନରେ ସତର୍କତା ଅବଲମ୍ବନ କରିବା, ବିଭିନ୍ନ ପୂଜାପାର୍ବଣ କିମ୍ବା ଧାର୍ମିକ ଅନୁଷ୍ଠାନ ଗୁଡ଼ିକରେ ଜନଗହଳି ସୃଷ୍ଟି ନ କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି । ଶୁକ୍ରବାର ଦିନ ୱାର୍ଡ ନଂ.୧୫ ଆଶ୍ରମପଡ଼ାରେ ଏହି ସଚେତନତା ବାର୍ତ୍ତାରେ ୱାର୍ଡ ଅଫିସର ଶେଖ ରହିମ (ଫକିରା) ଅଙ୍ଗନୱାଡ଼ି କର୍ମୀ ଗୀତାଂଜଳି ଶବର, ଆଶା କର୍ମୀ ସନ୍ତୋଷୀ ନାୟାର, ମୀନତି ସେଠୀ, ସଂଯୁକ୍ତା ଖର୍ସେଲ, ଲତା ରାଉତ, ବବିତା ବିଶି ପ୍ରମୁଖ ସାମିଲ୍‌ ଥିଲେ ।

jayashree
Leave A Reply

Your email address will not be published.