csstore

ବାସସ୍ଥାନ ପାଇଁ ଗୁହାରି କରୁଛି ଭୂମିହୀନ କୃଷ୍ଣ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବଙ୍କ ପାଇଁ ମାଲ ମାଲ ଯୋଜନା ଥାଇ ମଧ୍ୟ ଏବେ ବି ବାସ ହରା ହୋଇ ବୁଲୁଛନ୍ତି ଲୋକେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଦ୍ମପୁର ସହରରେ ।ସୂଚନା ଅନୁସାରେ ପଦ୍ମପୁର ସହରର ରଜାପଡା ୱାର୍ଡ ନମ୍ବର ୯ର କୃଷ୍ଣ ବରିହା ଭୂମିହୀନ, ଗରିବ ଖଟିଖିଆ ମଣିଷ, ସେ ମୂଳ ଲାଗି ପରିବାର ପୋଶନ୍ତି । ତାଙ୍କ ପରିବାରରେ ସେ ତାଙ୍କ ସ୍ତ୍ରୀ ଓ ଦୁଇ କୁନି କୁନି ଶିଶୁ । ମୂଳ ଲାଗି ଯାହା ରୋଜଗାର କରନ୍ତି ସେଥିରେ ପରିବାର ପ୍ରତିପୋଷଣ କରିବା ଭାରି କଷ୍ଟ । ସେ ଭୂମିହୀନ ଓ ବାସହରା ହୋଇଥିବାରୁ ବହୁତ ଦୟନୀୟ ଅବସ୍ଥାରେ ଅନ୍ୟ ଲୋକଙ୍କ ପିଣ୍ଡାରେ ମୁଣ୍ଡ ଗୁଂଜୁଛନ୍ତି । ଜାଗା ମିଶନରେ ସରକାରଙ୍କ ଧାର୍ଯ୍ୟ ଅନୁସାରେ ଜମି ଓ ଘରଟିଏ ଯୋଗେଇ ଦେଲେ କୃଷ୍ଣ ବରିହାଙ୍କ ପରିବାର ଉପକୃତ ହେବେ ବୋଲି ସେ ପଦ୍ମପୁର ଉପଜିଲ୍ଲାପାଳଙ୍କ ପାଖରେ ନିବେଦନ କରିଛନ୍ତି ।

jayashree
Leave A Reply

Your email address will not be published.