csstore

ବିକାଶ କାର୍ଯ୍ୟରେ ସମର୍ପିତ ବୁଡାମାଲ ସରପଞ୍ଚ ଚତୁର୍ଭୁଜ ମେହେର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ ମେହେର ସବୁ ବେଳେ ଲୋକଙ୍କ ପାଇଁ ବିକାଶ କାର୍ଯ୍ୟରେ ସମର୍ପିତ ହୋଇ ତାଙ୍କ କାର୍ଯ୍ୟକାଳ ସମୟରେ ବୁଡାମାଲ ଗ୍ରାମ ପଞ୍ଚାୟତରେ ବହୁତ ଗୁଡ଼ିଏ ଉନ୍ନତିମୂଳକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ସରକାରୀ କ୍ଷେତ୍ରରେ ହେଉ କି ବ୍ୟକ୍ତିଗତ ହେଉ ଲୋକଙ୍କୁ ସାହାଯ୍ୟ କରିବା ସହ ସମସ୍ତଙ୍କ ଦୁଃଖ ସୁଖରେ ସାମିଲ ହୋଇ ପ୍ରିୟ ଭାଜନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଗୃହ ଓ ଭତ୍ତାରେ ସମ୍ପୂର୍ଣ୍ଣ ଭାବରେ ପିସି କାରବାର ବନ୍ଦ କରିବା ସହ ରାସ୍ତା ତିଆରି, ପ୍ରକୃତ ହିତାଧିକାରୀ ଭତ୍ତା ପାଇବା, ପ୍ରଧାନମନ୍ତ୍ରୀ ଆବାସ ଗୃହ କ୍ଷେତ୍ରରେ ତାଙ୍କର ନୈତିକତା ଦାୟିତ୍ଵ ବେଶ ପ୍ରଶଂସନୀୟ ବୋଲି ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.