ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ସମ୍ମାନିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ମହିଳା କମିଶନ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଆଇନ୍ ସଚେତନତା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଉତ୍କୃଷ୍ଟ କାର୍ଯ୍ୟ ଓ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା, ଜିଲ୍ଲାପାଳ ମେନୀଷା ବାନାର୍ଜୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ନଳିନୀ ପଣ୍ଡା, ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ମହିଳା କମିଶନ ସଦସ୍ୟା ପ୍ରମୁଖ ସମସ୍ତଙ୍କୁ ସମ୍ମାନିତ କରିଥିଲେ । ଏଥିରେ ବରଗଡ଼ ସହରାଞ୍ଚଳ ୱାର୍ଡ ନମ୍ବର ୪ର ରାମଚଣ୍ଡୀ ସ୍ୱୟଂ ସହାୟକ ଗୋଷ୍ଠୀ, ଝାରବନ୍ଧ ବ୍ଲକ ଅନ୍ତର୍ଗତ ଆମଠି ଗ୍ରାମର ଅଙ୍ଗନବାଡ଼ି କର୍ମୀ ସୁଶ୍ରୀ ମୁକ୍ତାମଣୀ ପ୍ରଧାନ, ବରଗଡ଼ର ଓକିଲ ସୁଶ୍ରୀ ଜୟଶ୍ରୀ ମହାପାତ୍ର, ବରଗଡ଼ ପୋଲିସ ବିଭାଗରେ କାର୍ଯ୍ୟ ରତ ସବିତା ଧେମରିଆ, ବରଗଡ଼ର ଆଶା କର୍ମୀ ପୁଷ୍ପାଞ୍ଜଳି ନାଏକ, ବରଗଡରେ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୁପୁର ପାଢ଼ୀ, ବରଗଡ଼ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଆଶା କର୍ମୀ ମିନତୀ ପ୍ରଧାନ, ଓଡ଼ିଶା ସଖୀ ସେଣ୍ଟର, ବରଗଡ଼ର ଆଇନ୍ ସେବା ଉପଦେଷ୍ଟା ରାଜାରାମ ତ୍ରିପାଠୀଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.