csstore

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ନେଇ ଶାସକ ଦଳ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି । ସାରା ରାଜ୍ୟରେ ଏନ୍‌ଏସି, ମ୍ୟୁନିସିପାଲିଟି ଅଫିସ ଆଗରେ ଏବଂ ରାଜ୍ୟର ସମସ୍ତ ବ୍ଳକ୍ ଅଫିସ ଆଗରେ ବିଜେଡି ପକ୍ଷରୁ ଯୁବ, ମହିଳା ଗୋଷ୍ଠୀ ପକ୍ଷ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ମାରଣ ନୀତି ବିରୁଦ୍ଧରେ ଗତକାଲି ଗଣଧାରଣା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ଭାବେ କଟୁ-ସମାଲୋଚନା କରାଯାଇ ଜାଳେଣି ଗ୍ୟାସ ଏବଂ ପେଟ୍ରୋଲ, ଡିଜେଲର ଦର ଆକାଶ ଛୁଆଁ ହୋଇଥିବା ହେତୁ ଜନତାଙ୍କୁ ବେଶ ବାଧୁଛି, ବୋଲି ବିଜେଡି କ୍ଷୋଭ ପ୍ରକାଶ କରି କହିଛନ୍ତି । ଜାଳେଣି ଗ୍ୟାସ, ପେଟ୍ରୋଲ, ଡିଜେଲର ଦରବୃଦ୍ଧି ଅଧାରୁ ଅଧେ ମାତ୍ରାରେ କମାଇବାକୁ ବିଜେଡି ଦାବୀ କରିଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ବ୍ଳକ୍ କାର୍ଯ୍ୟଳୟ ଆଗରେ ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀଙ୍କ ନେତ୍ତୃତ୍ୱରେ ଏବଂ ଛତ୍ରପୁର ଏନ୍‌ଏସି କାର୍ଯ୍ୟାଳୟ ଆଗରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତ୍ତୃତ୍ୱରେ ବିଶାଳ ସମାବେଶରେ କେନ୍ଦ୍ର ସରକାରଙ୍କ ମାରଣନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛତ୍ରପୁର ନଗର ସଭାପତି ବି.ରାଜିବାବୁ, ଛତ୍ରପୁର ଏନ୍‌ଏସି ଯୁବ-ସଭାପତି ଟି.ଚନ୍ଦ୍ର ଶେଖର ରାଓ, ପୂର୍ବତନ କାଉନସିଲର ରାଜେଶ ସାହୁ, କିଶୋର ସେନାପତି, ଟି. ଭେଙ୍କେଟ ରାଓ, ଟି.ଜଗଦୀଶ ରାଓ, ଆଡଭୋକେଟ ସୁରେଶ ପଣ୍ଡା, ମନୋଜ ପାଢ଼ୀ, ସିମାଞ୍ଚଳ ମହାପାତ୍ର ପ୍ରମୁଖ ବହୁ ନେତ୍ତୃବର୍ଗ, ବିଜେଡି କର୍ମୀ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.