ସରପଞ୍ଚଙ୍କ ଉଦ୍ୟମରେ ପାର୍କ ନିର୍ମାଣକୁ ପ୍ରଶଂସା କଲେ ଜିଲ୍ଲାପାଳ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢୀ ପଦର ପଞ୍ଚାୟତରେ ପ୍ରଥମ ଥର ପାଇଁ ସରପଞ୍ଚଙ୍କ ଉଦ୍ୟମରେ ଏକ ପାର୍କ ନିର୍ମାଣ ସଫଳ ହେବାକୁ ଯାଉଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଛଅ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପରିମାଣରେ ନେଗୀପାଲି ସିମାନ୍ତ ବଲାଙ୍ଗିର-ବରଗଡ ୨୬ ନମ୍ବର ଜାତୀୟ ରାଜପଥ ପାଶ୍ୱରେ ନିର୍ମିତ ହେଉଥିବା ପାର୍କ ଉପରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କର ନଜର ପଡିଥିଲା । ଲୋଇସିଂହା ବ୍ଲକରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟକୁ ବୁଲି ଦେଖିବା ପାଇଁ ଆସିଥିଲେ ଜିଲ୍ଲାପାଳ ଚଂଚଳ ରାଣା, ବୁଲିବା ସମୟରେ ବୁଢୀ ପଦରରେ ସରପଞ୍ଚଙ୍କ ଉଦ୍ୟମରେ ତିଆରି ଚାଲିଥିବା ଏହି ପାର୍କକୁ ଦେଖି ଖୁସି ବ୍ୟକ୍ତି କରିଥିଲେ ଓ ଆବଶ୍ୟକ ସ୍ଥଳେ କିଛି ଅନୁଦାନ ରାଶି ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡିଆ, ସରପଞ୍ଚ ଲକ୍ଷ୍ମୀ ପଧାନ, ପିଇଓ ପ୍ରହଲ୍ଲାଦ ବେହେରା, ଜିଆର୍‌ଏସ୍‌ ସୁରେଶ ସାହୁଙ୍କ ସହ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.