oom

ଶିକ୍ଷକ ସଂଘର ନୂତନ କର୍ମକର୍ତା ଗଠନ ଓ ଶପଥ ପାଠ ଉତ୍ସବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପଡିଆଠାରେ ଶିକ୍ଷକ ସଂଘର ନୂତନ କର୍ମକର୍ତା ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜୋନାଲ ସେକ୍ରେଟେରୀ ତପନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଇଁନ୍ତଲା ବିଡ଼ିଓ ଚନ୍ଦ୍ରମଣି ନାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଆର୍ତ୍ତତ୍ରାଣ ରଥ, ପ୍ରକାଶ ପଣ୍ଡା, ନାରାୟଣ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସୁସ୍ଥ ସବଳ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ଶିକ୍ଷକମାନଙ୍କ ପାଇଁ ଶିକ୍ଷକ ସଂଘର ସଂଗଠନ କେତେ ଆବଶ୍ୟକ ସେହି ଉପରେ ଉଦ୍‌ବୋଧନ ଦେଇଥିବା ବେଳେ କ୍ଷେତ୍ରପତି ଜାଲ ଓ ଦିଲୀପ ବବର୍ତୀ ମଞ୍ଚ ପରିଚାଳନା କରିଛନ୍ତି । ଉକ୍ତ ସଭାରେ ସଇଁନ୍ତଲା ବ୍ଲକର ବିଭିନ୍ନ ସ୍କୁଲରୁ ଶତାଧିକ ପ୍ରାଥମିକ ଶିକ୍ଷକ ଯୋଗଦେଇଥିଲେ । ଶେଷରେ ଶିକ୍ଷକ ସରୋଜ କୁମାର ବୈଠାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈକୁଣ୍ଡ ଭୋଇ, ସରୋଜ ବୈଠାରୁ, ବାଳକୃଷ୍ଣ ନାଗ, ପ୍ରସନ୍ନ ମେହେର, ମୋହନ ନନ୍ଦ ଓ ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହାୟକ କରିବା ସହ ଶପଥ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.