csstore

ଟିକ୍ରାପଡ଼ା ଅଞ୍ଚଳରେ ଶ୍ରମିକଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ମତେ ଟିକ୍ରାପଡ଼ା ଲାଂଥ ନଦୀକୁ ଟ୍ରାକ୍ଟର ଯୋଗେ କିଛି ଲୋକ ବାଲି ଆଣିବାକୁ ଯାଇଥିଲେ ସେହି ସମୟରେ ଏହି ବ୍ୟକ୍ତି ଜଣକ ପାଣି ପିଇବା ପାଇଁ ଯାଇଥିଲେ କିନ୍ତୁ କେମିତି ଭାବରେ ତାଙ୍କ ମୃତ୍ୟୁ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । କିନ୍ତୁ ଭୟରେ ତାଙ୍କର ସମ୍ପର୍କୀୟ ଲୋକେ ମୃତ୍ୟୁ ହୋଇଥିବା ଜାଣିବା ପରେ ବାଇକ ଯୋଗେ ଘରକୁ ନେଇଛନ୍ତି । ତାଙ୍କର ପରିଚୟ ମିଳିନଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି କରିଛି । ଏନେଇ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁଙ୍କୁ ପଚାରିବାରୁ ମୋ ପାଖରେ ସେଭଳି କିଛି ଖବର ନାହିଁ କିମ୍ବା ଅଭିଯୋଗ ମଧ୍ୟ ହୋଇ ନାହିଁ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.