pakka

ଦିଲ୍ଲୀ ବାୟୁ ପ୍ରଦୂଷଣ : ୨୧ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ୱାର୍କ ଫ୍ରମ୍‌ ହୋମ୍‌, ପରବର୍ତ୍ତୀ ଆଦେଶ ଯାଏଁ ସ୍କୁଲ ଏବଂ କଲେଜ ବନ୍ଦ

bbehera

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନେ ଆସିବେ ନାହିଁ ଏବଂ ସମସ୍ତ କର୍ମଚାରୀ ଘରୁ କାମ କରିବେ । ଏହା ବ୍ୟତୀତ ନଭେମ୍ବର ୨୧ ପର୍ୟ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଗୃହ ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ସରକାର ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ ଲାଇବ୍ରେରୀଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ଯେ, ଦିଲ୍ଲୀରେ ଅତ୍ୟାବଶ୍ୟକ ସେବା ପାଇଁ ବ୍ୟବହୃତ ଯାନ ବ୍ୟତୀତ ସମସ୍ତ ପ୍ରକାରର ଯାନବାହାନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

jay balangir
Leave A Reply

Your email address will not be published.

eight + thirteen =