pakka

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ସିଂହଡେଓ : ଜୋର୍‌ ଧରିଛି ଚର୍ଚ୍ଚା

bbehera

ନୂଆଦିଲ୍ଲୀ : ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଡେଓ ବୁଧବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ସୋନିଆ ଗାନ୍ଧୀଙ୍କ ସହ ସଂକ୍ଷିପ୍ତ ବାର୍ତ୍ତାଳାପ ପରେ ସିଂହଦେଓ ରାୟପୁରକୁ ଫେରିଥିଲେ ଏବଂ ସେଠାରେ କିଛି କହିବାକୁ ମନା କରିଦେଇଥିଲେ । ସେ କହିଛନ୍ତି, ‘ମୋର ଏହା ଉପରେ କିଛି କହିବାର ନାହିଁ, ଯେତେବେଳେ ବି କିଛି ଘଟେ, ମୁଁ ଆପଣଙ୍କୁ କହିବି।’ ସିଂହଦେଓଙ୍କ ବିବୃତ୍ତି ପରେ ଜୋର୍‌ ଧରିଛି ଚର୍ଚ୍ଚା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଂହଦେଓ ରୋଟେସନାଲ୍‌ ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କ ସାମ୍‌ନାରେ ନିଜର ମତ ରଖିଛନ୍ତି । ତେବେ ଉଭୟ ନେତା ଏହି ପ୍ରସଙ୍ଗରେ ନିରବ ରହିଛନ୍ତି ଏବଂ ରାଜନୈତିକ ମହଲରେ କଳ୍ପନା ଜଳ୍ପନାର ବଜାର କ୍ରମାଗତ ଭାବେ ଗରମ ହେଉଛି ।

Leave A Reply

Your email address will not be published.

nine + 6 =