csstore

ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ ହୋଟେଲର ପ୍ରତିଷ୍ଠାତା ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କୁ ଆଜି ବରଗଡ଼ ସାଂସଦ ପାଇକମାଲ ସ୍ଥିତ ତାଙ୍କ ବାସ ଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦଳ ବର୍ଣ୍ଣ ନିର୍ବିଶେଷରେ ବହୁ ନେତା ସ୍ୱର୍ଗତ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥୀ ପ୍ରମୁଖ ତାଙ୍କ ଘରକୁ ଯାଇ ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ସ୍ମୃତିଚାରଣ କରିବା ସହ ଶୋକ ସନ୍ତ‌ପ୍ତ ପରିବାରଙ୍କୁ ଆଶ୍ୱାସନା ଦେଇଥିଲେ । ଏହି ସମୟରେ ହାଡୁ ସାହୁ, ବଳରାମ ସାହୁ, ରାହାସ ବିହାରୀ ସାହୁ, ଭୀଷ୍ମଦେବ ସାହୁ, କୈଲାସ ଦିଶାରୀ, ସତ୍ୟ ବେହେରା, ରାଜେନ୍ଦ୍ର ସେଠ, ମଇତିରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.