csstore

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ପଦ୍ମପୁର ଉପଖଣ୍ତ ଚିକିତ୍ସାଧିକାରୀ ତହସିଲ ସାହୁ, ହସପିଟାଲ ମ୍ଯାନେଜର ଦିବ୍ଯ କୁମାର ମେହେର ଉପସ୍ଥିତ ରହି ପଦ୍ମପୁର ଉପଖଣ୍ତରେ କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସାଂସଦ ଶ୍ରୀ ପୂଜାରୀ ସ୍ବାସ୍ଥ୍ୟ ସେବାକୁ ଅଗ୍ରାଧିକାର ଦେବା ସହିତ ଉପଖଣ୍ତ ଚିକିତ୍ସାଳୟର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସବୁ ପ୍ରକାର ସହଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଆଲୋଚନା ସମୟରେ ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାୟକ, ସୁରେଶ୍ବର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

jayashree
Leave A Reply

Your email address will not be published.