jsm

ମହିଳା ଗୋଷ୍ଠୀ କଲେ ଗାଁ ସଫେଇ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାର ଗାଁ ଗାଁରେ ସ୍ୱଚ୍ଛତା ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବେ ବି ଅନେକ ଗାଁରେ ସ୍ଵଚ୍ଛ ଭାରତ ମିଶନ ଫେଲ ମାରିଛି ଯାହା ଫଳରେ ଗାଁ ଗାଁର ପ୍ରତ୍ୟେକ ରାସ୍ତାରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳିଛି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଳଗାଁ ପଞ୍ଚାୟତ ଅନ୍ତର୍ଗତ ଗୁର୍ଳାମାଳ ଗ୍ରାମରେ ଅଣ୍ଟାଭିଡିଲେ ମହିଳା ଗୋଷ୍ଠୀ । ମହିଳାଙ୍କ ଦ୍ଵାରା ରାସ୍ତା, ଗାଧୁଆ ଘାଟ ସଫା ସୁତୁରା କରିବା ସହ ଗାଁକୁ ସ୍ଵଚ୍ଛତା ରଖିବା ସହ ମଦ ମୁକ୍ତ କରିବା ପାଇଁ ମଧ୍ୟ ମହିଳାମାନେ ଶପଥ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.