ଜାତୀୟ ଆଇନସେବା ପ୍ରାଧିକରଣ ସୌଜନ୍ୟରେ ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ଗଞ୍ଜାମ ଜିଲ୍ଲା ଦୋରା-ଜର୍ଜ ତଥା ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଲୋକାର୍ପିତ ଓ ପ୍ରଚଳିତ ଜନକଲ୍ୟାଣ ଯୋଜନା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରି ଏହାର ସୁଫଳତାରେ କିପରି ଜନସାଧାରଣ ଉପଲବ୍ଧି ହେବେ ଯାହା ସାଧାରଣ ନାଗରିକ ତଥା ଅପହଞ୍ଚ ଇଲାକାର ପରିବାର ବର୍ଗ ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ (ସାଧାରଣ-ପ୍ରଶାସନ) ଯୋଗଦାନ କରି ଉପାନ୍ତ ଅଞ୍ଚଳରେ ରହୁଥିବା ପରିବର ବର୍ଗଙ୍କ ସୁବିଧା ସକାଶେ ଏଭଳି ଶିବିର ଆୟୋଜନର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ସମ୍ମାନୀତ ଅତିଥି ରୂପେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ପୋଲିସ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଜିଲ୍ଲାର ବହୁ ଉଚ୍ଚସ୍ତରୀୟ ପଦାଧିକାରୀ ଯୋଗଦେଇ ଏହି ଆଇନସେବା ପ୍ରାଧିକରଣ ଶିବିର ଓ ସଚେତନତା ସେବାର ଆଭିମୁଖ୍ୟ ଉପରେ ଦର୍ଶାଇଥିଲେ । ଏହି ଶିବିରରେ ୨୦ ଗୋଟି ବିଭାଗର ଭାର ପ୍ରଦାନ କରାଯାଇଥିବା ସେବା ସମ୍ପର୍କରେ ଷ୍ଟଲ ମାନ ଖୋଲାଯାଇ ସେବା ପ୍ରଦାନ କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ମହିଳା ସ୍ୱୟଂ-ସହାୟକ ଗୋଷ୍ଠୀଙ୍କୁ ସେମାନେ ମାସିକ ଆୟର ଅଭିବୃଦ୍ଧି ସକାଶେ ଋଣ ପ୍ରଦାନ କରାଯାଇଥିଲା । ବାଲ୍ୟ ବିବାହ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲାର ଝିଅମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପ ଯୋଗୁଁ ସମ୍ମାନୀତ କରାଯାଇଥିଲା । କନ୍ୟାରତ୍ନ ଅବା ଝିଅ ଜନ୍ମକୁ ପ୍ରୋତ୍ସାହନ ଦେବା ନିମିତ୍ତ କେତେକ ମାଆମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଦୃଷ୍ଟିହୀନ ଶିକ୍ଷିତ ଯୁବତୀମାନଙ୍କୁ ବ୍ରେଲୀ ଏବଂ ଶବ୍ଦ ଉଚ୍ଚାରଣ କରୁଥିବା ଲ୍ୟାପଟପ୍‌ ବଣ୍ଟନ କରାଯାଇଥିଲା । ବ୍ରହ୍ମପୁର ବିଚାର ବିଭାଗୀୟ ରେଜିଷ୍ଟାର ଅମରେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.