ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବିହଙ୍ଗ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକମ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରାଯାଇଛି । ଖଡ଼ିଆଳ, ବୋଡେ଼ନ ଏବଂ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ବୁଲି ସଚେତନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କୋଭିଡ ସଚେତନତା, ମାସ୍କ ବ୍ୟବହାର, ସାମାଜିକ ଦୂରତା, ସେନିଟାଇଜର ବ୍ୟବହାର, ଅନ୍ଧ ବିଶ୍ଵାସ ଦୂରକରିବା, ପୁଷ୍ଟିକର ଖାଦ୍ୟ ପ୍ରଦାନ, ଗୁଣି ଗାରିଡି, ବାଲ୍ୟ ବିବାହ ଭଳି କୁପ୍ରଥାକୁ ଦୂର କାରିବା ପାଇଁ ସଚେତନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିହଙ୍ଗ ଅନୁଷ୍ଠାନର ଦୀନବନ୍ଧୁ ଗୁଆଲ, କେଶରୀ ମାଝୀ, ନରସିଂହ ନାୟକ, ଜଳଧର ଘିବେଲା, ଦିନବନ୍ଧୁ ମାଝୀ, ଭଜନ ମାଲି, ବଳଦେବ ଖର୍ସେଲ, ଘନଶ୍ୟାମ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ହୀରାପୁର ଗ୍ରାମର ପାଲା ଗାୟକମାନେ ସଚେତନ କରିଛନ୍ତି ।