csstore

୨ୟ ଦିନରେ ୫ଟି ପଂଚାୟତରେ ବଣ୍ଟନ ହେଲା ସ୍ମାର୍ଟ କାର୍ଡ଼

ମ.ରାମପୁର, (ହେମନ୍ତ ସାହୁ) : ବିଜୁ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନର ଦ୍ୱିତୀୟ ଦିନରେ ମ.ରାମପୁର ବ୍ଳକର ପାଂଚଟି ପଂଚାୟତରେ ବଣ୍ଟନ ହେଲା ସ୍ମାର୍ଟ କାର୍ଡ଼ । ଗୋଚ୍ଛାଡ଼େଙ୍ଗେନ, ଅଲାତରା, ମଦନପୁର, ଡ଼ମ୍ବ କର୍ଲାଖୁଣ୍ଟା ଏବଂ ନୁନପୁର ପଂଚାୟତରେ ଏହି କାର୍ଡ଼ ବଣ୍ଟନ କରାଯାଇଥିବା ଜଣାଯାଇଛି । କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ରାଜ୍ୟ ହାଉସିଂବୋର୍ଡ଼ ଅଧ୍ୟକ୍ଷ ପିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥିଭାବରେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବିଭିନ୍ନ ପଂଚାୟତରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ସମାଜସେବୀ ଦଲଜିତ ସିଂ, ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ମ.ରାମପୁର ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ତହସିଲଦାର ସୁଶ୍ରୀ ସୁଚରିତା ମୁଗ୍ରି ପ୍ରମୁଖ ଯୋଗଦେଇଥିଲେ । ଗୋଚ୍ଛାଡ଼େଙ୍ଗେନ ସରପଂଚ ଆରତୀ ଭୋଇ, ଅଲାତରା ସରପଂଚ ଦୁଶିଳା ବେହେରା, ମଦନପୁର ସରପଂଚ ରାଜେଶ କୁମାର ଧଙ୍ଗଡ଼ାମାଝୀ, ଡ଼ମ୍ବକର୍ଲାଖୁଣ୍ଟା ସରପଂଚ ଚଂଚଳା ପୁଝାରୀ, ନୁନପୁର ସରପଂଚ ସୁବାସିନୀ ନାଏକ, ସମିତିସଭ୍ୟା ଜ୍ୟୋସ୍ନାରାଣୀ ରଣା ପ୍ରମୁଖ ମଂଚାସୀନ ରହିଥିଲେ ନିଜ ନିଜ ପଂଚାୟତର କାର୍ଯ୍ୟକ୍ରମରେ । ସମସ୍ତ କାର୍ୟ୍ୟକ୍ରମରେ ମଂଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ । ମ.ରାମପୁର ବ୍ଲକର ଏଯାବତ ଏହି କାର୍ୟ୍ୟକ୍ରମ ଅଂଳଳବାସୀଙ୍କ ସହଯୋଗରେ ଶାନ୍ତି, ଶୃଙ୍ଖଳାରେ ସମାପନ ହେଉଥିବା ଜଣାଯାଇଥିବା ବେଳେ ତୃତୀୟ ଦିବସରେ ଡ଼ୁଡ଼ୁକାରଂଜା, ବାରବନ୍ଧା, ଉର୍ଲଦାନୀ, ପଣ୍ଡକାମାଲ ଏବଂ ସାଲେପାଲିଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେଇଥିବା ବିଡ଼ିଓ ଶ୍ରୀ ବାଗ ସୂଚନା ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.