oom

ପ୍ରବଳ ବର୍ଷାରେ ଚାଷୀକୁଳର ଫସଲ ନଷ୍ଟ : ସହାୟତା ପାଇଁ ନିବେଦନ କଲେ

jsmm

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଏପଟେ କରୋନାର କାୟା ବିସ୍ତାର ସାଙ୍ଗକୁ ସେପଟେ ପ୍ରବଳ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ, ସତେ ଯେମିତି ପ୍ରକୃତିର ଅଭିଶାପ ଭଳି ଲାଗୁଛି । ଭୟ ଓ ଶଙ୍କା ମଧ୍ୟରେ ଗତି କରିଚାଲିଛନ୍ତି କୃଷିବୃତ୍ତିକୁ ଆପଣାଇଥିବା କୃଷକ ଭାଇମାନେ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବଡଅନକି ଗ୍ରାମର ଚାଷୀଙ୍କ ଫସଲ ଅଦିନିଆ ବର୍ଷାର ପ୍ରକୋପରେ ନଈନାଳ ଫୁଲି ଚାଷଜମି ଉପରେ ମାଡିଯିବା କାରଣରୁ ବ୍ୟାପକ କ୍ଷତି ହୋଇଛି ।

ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ମଧ୍ୟ ଅବଗତ ଅଛନ୍ତି । କିନ୍ତୁ ଚାଷୀର ବିଲରେ କେତେ ହାରରେ କ୍ଷତି ହୋଇଛି ତାକୁ ଆକଳନ କରିବା ସକାଶେ କୃଷି ବିଭାଗୀୟ କ୍ଷେତ୍ର କର୍ମଚାରୀ ଆଜି ପର୍ୟ୍ୟନ୍ତ ଚାଷୀମାନଙ୍କ ପାଖକୁ ନଯିବା ଫଳରେ ବାଧ୍ୟ ହୋଇ ଝାରବନ୍ଧ ସ୍ଥିତ ତହସିଲଦାରଙ୍କୁ ଲିଖିତ ଭାବେ କ୍ଷତି ପୂରଣ ସକାଶେ ଚାଷୀ ବୃନ୍ଦ ଜଣାଇଛନ୍ତି ।

ତତ ସଙ୍ଗେ ସଙ୍ଗେ ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଧାୟକ, ଏ.ଏ.ଓ ଝାରବନ୍ଧ, ଉପଜିଲ୍ଲାପାଳ ପଦ୍ମପୁର, ଡି.ଡି.ଏ ବରଗଡଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି । ଏଣୁ ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମର ସମସ୍ତ ଚାଷୀ ଦାବୀ କରନ୍ତି । ଉଲ୍ଲେଖନୀୟ ଏହିଯେ,ଗତ ୨୬.୮.୨୦୨୦ରୁ ୨୮.୮.୨୦୨୦ରେ ପ୍ରବଳ ବର୍ଷା ହୋଇଥିଲା ।

jittmm
Leave A Reply

Your email address will not be published.